ଡ଼ା. ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ୧୨୪ ତମ ଜନ୍ମ ଦିବସ ପାଳିତ
ଆଜି ତା ୦୬.୦୬.୨୦୨୫ ରିଖ ରବିବାର ଦିନ ଗାଁନ୍ଦିଆ ବ୍ଲକ୍ ସ୍ଥିତ ଲାଉଲଇ ର ସ୍ବେଚ୍ଛାସେବୀ ସଂଗଠନ “ପ୍ରିୟ” କାର୍ଯ୍ୟାଳୟ ଠାରେ ଡ଼ା ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ୧୨୪ ତମ ଜନ୍ମ ଦିବସ ପାଳିତ ହୋଇଥିଲା। ଏଥିରେ ମୂଖ୍ୟ ଅତିଥି ଭାବେ ଡ଼ା ନିବେଦିତା ନାୟକ ଯୋଗଦେଇ ଡ଼ା ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଜୀବନୀ ବିଷୟରେ ବୁଝାଇ କହିଥିଲେ, ଏବଂ ସମ୍ମାନିତ ଅତିଥି ଭାବେ ଡ଼ା ସାହିଲ ଆଫ୍ରିଡ ଡ଼ା ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ରାଜନୀତି ଜୀବନ ଶୈଳୀ ବିଷୟକୁ କହିଥିଲେ। ” ପ୍ରିୟ” ର ନିର୍ଦେଶକ ଟଙ୍କଧର ବାରିକ ସ୍ବାଗତ ଭାଷଣ ଦେଇ ଡ଼ା ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଫଟୋ ଚିତ୍ରରେ ମଲ୍ୟାପର୍ଣ କରି ଧୂପ ଦେଇଥିଲେ। ଉକ୍ତ କାର୍ଯକ୍ରମ ରେ ଇଲାନପ୍ରଭା ସେନାପତି, ଅନ୍ନପୂର୍ଣା ଧଳ, ସୋନାଲି ଧଳ, ସ୍ୱାଗତିକା ରାଉତ, ସୌଭାଗ୍ୟଲକ୍ଷ୍ମୀ ତରାଇ, ଲକ୍ଷ୍ମୀପ୍ରିୟା ନାୟକ, ସତ୍ୟପ୍ରକାଶ ନାୟକ, ପର୍ଶୁରାମ ଦାସ, ରବୀନ୍ଦ୍ର କୁମାର ସାମଲ, ପ୍ରକାଶ ସାମଲ ଯୋଗ ଦେଇ କାର୍ଯକ୍ରମ ଟିକୁ ଫଳପ୍ରଦ କରିଥିଲେ। ପରିଶେଷରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।



