ଆହୁରି ସଙ୍ଗଠିତ ହେବ ପଶ୍ଚିମୋତ୍କଳ କମିକାଣ୍ଡିୟ ସମିତି
ଭଟଲି ୮/୭(ଅଭିମନ୍ୟୁ ପଧାନ): ଶ୍ରୀ ଶ୍ରୀ ଗୌରୀଶଙ୍କର ମନ୍ଦିର ପରିସରରେ ସଭାପତି କିର୍ତ୍ତୀଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପଶ୍ଚିମୋତ୍କଳ କମିକାଣ୍ଡିୟ ସମିତିର ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ସମିତିର ଗତ ରୌପ୍ୟ ଜୟନ୍ତୀର ଆୟବ୍ୟୟ ହିସାବ ସହିତ ସଭ୍ୟମାନଙ୍କର ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ବ୍ଳକ ସ୍ତରୀୟ ସମିତିକୁ ସଭ୍ୟ ଗ୍ରହଣ ଏବଂ ପୂରାତନ ସଭ୍ୟମାନଙ୍କୁ ସଙ୍ଗଠିତ କରିବା ଦାୟିତ୍ୱ ଦିଆଯିବା ସହ ସମିତିର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା । ସମିତିର ମୁଖପାତ୍ର ପଣ୍ଡିତ ଜୟଦେବ ପଣ୍ଡା ସଭା ସଂଚାଳନ କରିଥିବା ବେଳେ ସମ୍ପାଦକ ପଣ୍ଡିତ ନରେଶ ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ତଥା କୋଷାଧ୍ୟକ୍ଷ ପଣ୍ଡିତ କିଶୋର ଦାଶ ଆୟବ୍ୟୟ ହିସାବ ପ୍ରଦାନ କରିଥିଲେ। ଏହି ବୈଠକରେ ଉପ ସଭାପତି ପଣ୍ଡିତ ରଘୁନନ୍ଦନ ବିର୍ତ୍ତିଆ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ ବ୍ଳକରୁ ପଣ୍ଡିତମାନେ ଯୋଗଦାନ ନିଜର ମତାମତ ଉପସ୍ଥାପନ କରିଥିଲେ। ପରିଶେଷରେ ପଦ୍ମପୁର ବ୍ଲକ ସଭାପତି ପଣ୍ଡିତ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l



