କେଶାଇପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବରଗଡ଼:(ପବିତ୍ର ମେହେର)::ବିଦ୍ୟାଳୟ ତଥା ଗ୍ରାମ୍ୟ ପରିବେଶକୁ ସବୁଜ ସୁନ୍ଦର କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କେଶାଇପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳନ ଅବସରରେ “ମାଁ ପାଇଁ ଗଛଟିଏ -୨.୦ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆତ୍ମାରାମ ଭୋଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ବୃ୍କ୍ଷରୋପଣର ଆବଶ୍ୟକତା ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହାପରେ ବିଦ୍ୟାଳୟର ଇକୋକ୍ଲବ ଶିକ୍ଷୟିତ୍ରୀ ସୁଚିସ୍ମିତା ପଧାନ ଓ କ୍ରୀଡା ଶିକ୍ଷୟତ୍ରୀ ଦେବଦତ୍ତା ପାତ୍ରଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନେ “ମାଁ ପାଇଁ ଗଛଟିଏ -୨.୦ ” ଅଭିଯାନରେ ଅଂଶଗ୍ରହଣ କରି ବିଦ୍ୟାଳୟ ପରିସରରେ ଅମୃତଭଣ୍ଡା, ସଜନା,ବଉଳ,କରଞ୍ଜ,ନିମ୍ବ,ଅଁଳା ଆଦି ଚାରା ରୋପଣ କରିଥିଲେ। ଶିକ୍ଷୟତ୍ରୀ କଳ୍ପନା ବଡ଼ପଣ୍ଡା,ନିରୁପମା ଭୋଇ,ଲତା ସାହୁ,ବିନତି ପାଣିଗ୍ରାହୀ,ଉମାରାଣୀ ବେହେରା,ଭାଗ୍ଯଶ୍ରୀ ଦାଶ,ଆରତି ବିଶି,ସାଇସ୍ମିତା ନାଏକ,ଭୂମିସୂତା ଭୁଏ,ବିନୀତା ସାହୁ, ନୃସିଂହ ଇକୋକ୍ଲବ ଓ ୟୁଥ୍ ଏଣ୍ଡ୍ ଇକୋ କ୍ଳବର ସମସ୍ତ ସଦସ୍ୟ ଯୋଗଦେଇ ଚାରା ରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ କ୍ରୀଡା ଶିକ୍ଷୟତ୍ରୀ ଦେବଦତ୍ତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।




