ଭୁବନେଶ୍ୱର – ରାଜ୍ୟରେ ଖୁବଶୀଘ୍ର ସମ୍ପ୍ରସାରଣ ହେବ ମନ୍ତ୍ରୀମଣ୍ଡଳ । ଏଥିପାଇଁ କେନ୍ଦ୍ର ନେତୃତ୍ୱଙ୍କ ସହିତ ଆଲୋଚନା ଜାରି ରହିଛି ବୋଲି ଆଜି କହିଛନ୍ତି ମନମୋହନ ସାମଲ । ବିଜେପି ରାଜ୍ୟ ସଭାପତିଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବା ପରେ ମନମୋହନ ସାମଲ ଆଜି ସକାଳୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି ।
ଏହି ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନମୋହନ କହିଛନ୍ତି ରାଜ୍ୟରେ ଖୁବଶୀଘ୍ର ସମ୍ପ୍ରସାରଣ ହେବ ମନ୍ତ୍ରୀମଣ୍ଡଳ । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ଆଲୋଚନା ଜାରି ରହିଛି । ତେବେ ଏଥିପାଇଁ କୌଣସି ସମୟସୀମା ନାହିଁ । ସମସ୍ତଙ୍କୁ ନେଇ ସେ କାର୍ଯ୍ୟ କରିବେ ।ସେ ଆଉ ମଧ୍ୟ କହିଛନ୍ତି ବିଜେପିର ନାମ ହେଉଛି ବିକାଶ । ଲୋକଙ୍କୁ ପ୍ରାଥମିକ ମୌଳିକ ସୁବିଧା ଯୋଗାଇବା ଦଳର ପ୍ରଥମ ଦାୟିତ୍ୱ । ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଏବଂ ପର୍ଯ୍ୟଟନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଏଠି ସରକାର ଏବଂ ସଂଗଠନ ଗୋଟିଏ । ମିଳିତ ସହଯୋଗରେ କାର୍ଯ୍ୟ କରୁଛି ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)

