ସମାଜସେବଙ୍କ ପରଲୋକରେ ଶୋକ
ଯାଜପୁର __ ବିଂଝାରପୁର ବ୍ଳକ ଅନ୍ତର୍ଗତ ହଳଦିଡୀହ ପଞ୍ଚାୟତର ଫଳପୁର ଗ୍ରାମରେ ଥିବା ଅଦ୍ଵୈତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଜନପ୍ରିୟ ସମାଜସେବୀ ପ୍ରଶାନ୍ତ କୁମାର ନାୟକଙ୍କ ପରମପୁଜ୍ୟ ମାତା ମୋତି ଲତା ନାୟକଙ୍କ ପରଲୋକ ହୋଇଯାଇଛି।ସେ ଏକାଧାରରେ ଜଣେ ସମାଜସେବୀ ଏବଂ ପରୋପକାରୀ ମହିଳା ଥିଲେ। ଧର୍ମପରାୟଣ ଓ ସ୍ନେହି ମହିଳା ହିସାବରେ ସାରା ହଳଦିଡିହ ପଞ୍ଚାୟତ ତଥା ଆଖପାଖ ଅଂଚଳରେ ତାଙ୍କର ନାମ ପରିପ୍ରକାଶ ହୋଇଥିଲା।ତାଙ୍କ ବିୟୋଗରେ ବ୍ଳକ ଅଧ୍ୟକ୍ଷା ରଞ୍ଜିତା କୁମାରୀ ଦାସ, ସରପଞ୍ଚଙ୍କ ପ୍ରତିନିଧି ରଶ୍ମୀରଂଜନ ନାୟକ,ଜଜୟ ବେହେରା, ସାମ୍ବାଦିକ ଓ ସବୁଜ ଓଡ଼ିଶାର ସମ୍ପାଦକ ସରୋଜ କୁମାର ସାହୁ,ଶ୍ରୀଧର ମଲ୍ଲିକ, ଶିକ୍ଷକ ନିରଞ୍ଜନ ସାମଲ, ଶିକ୍ଷକ ରବିନ୍ଦ୍ର ବିଶ୍ଵାଳ,ଭକ୍ତବନ୍ଦୁ ବେଉରିଆ, ଚନ୍ଦ୍ରକାନ୍ତ ବେଉରିଆ ପ୍ରମୁଖ ଶୋକ ପ୍ରକାଶ କରିବା ସହ ଏ ସମୟରେ ଭଗବାନ ତାଙ୍କ ପରିବାର ବର୍ଗ ଙ୍କୁ ସହାୟ ହୁଅନ୍ତୁ ବୋଲି ପ୍ରକାଶ କରିଛନ୍ତି।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



