ଭୂବନେଶ୍ୱର: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ପ୍ରସଙ୍ଗ। ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଆସିଲା ପ୍ରତିକ୍ରିୟା। ଆଜି ରାତି ସୁଦ୍ଧା ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ ବୋଲି କହିନ୍ତି ଯୋଗାଣ ମନ୍ତ୍ରୀ।
ଡ୍ରାଇଭରମାନଙ୍କ ପ୍ରାୟ ଦାବି ସରକାର ମାନି ନେବେ ବୋଲି କହିଛନ୍ତି ଯୋଗାଣମନ୍ତ୍ରୀ।
ରାଜ୍ୟରେ ତେଲର ଅଭାବ କରାଇ ଦେବୁ ନାହିଁ। କେହି ପାନିକ୍ ହୁଅନ୍ତୁ ନାହିଁ, ଟାଙ୍କିରେ ତେଲ ମହଜୁତ ଅଛି ବୋଲି ମନ୍ତ୍ରୀ କହିଛନ୍ତି।ଅନ୍ୟପଟେ ଦୋକାନ ବଜାରରେ ଖାଦ୍ୟ ସାମଗ୍ରୀର ଅଭାବ ନାହିଁ। କେହି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

