ନୁଆଦିଲ୍ଲୀ: ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ଭୂମିକମ୍ପ ଝଟ୍କା। ଥରିଲା ଦିଲ୍ଲୀ, ଗୁରୁଗ୍ରାମ, ଗାଜିଆବାଦ ଓ ନୋଏଡ଼ା। ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ। ସକାଳ ୯ଟା ୪ରେ ୧୦ ସେକେଣ୍ଡ ପାଇଁ ଭୂକମ୍ପ। ରିକ୍ଟର୍ ସ୍କେଲ୍ରେ ତୀବ୍ରତା ୪.୧ ରେକର୍ଡ ଥିବା ଜଣାପଡିଛି।
ଭୂକମ୍ପର କେନ୍ଦ୍ରସ୍ଥଳ ହରିୟାଣାର ରେୱାଡିରେ ଥିଲା। ଫଳରେ ଲୋକେ ୟରେ ଘର ବାହାରକୁ ଦୌଡିଥିଲେ।
କିନ୍ତୁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ନାହିଁ। ସୂଚନାନୁଯାୟୀ, ଆଜି ସକାଳ ୯.୪ ମିନିଟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଯାହାର କେନ୍ଦ୍ରସ୍ଥଳ ରେୱାଡିର ଗୁରୁଗ୍ରାମଠାରୁ ୪ କିଲୋମିଟର ଦୂରରେ ଥିଲା।ଯାହାଦ୍ବାରା ପୁରା ହରିୟାଣା, ପଞ୍ଜାବର କିଛି ସ୍ଥାନ ଏବଂ ଦିଲ୍ଲୀ ଏନସିଆରରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ସୂଚନାଯୋଗ୍ୟ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୨.୩ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୫ କିଲୋମିଟର ଗଭୀରତାରେ ଥିଲା।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

