ସୁଶାନ୍ତ ନାଏକ ଙ୍କୁ ଅନ୍ତର୍ଜାତୀୟ ଉସୁ ବିଚାରପତି ର ମାନ୍ୟତା
ଅନୁଗୋଳ ଜିଲ୍ଲା ତରଫରୁ ଜିଲ୍ଲା ଉଶୁ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଶ୍ରୀ ସୁଶାନ୍ତ ନାଏକ ଚୀନ ଦେଶ ରେ ଆୟୋଜିତ ହେଇଥିବା ଏସିଆନ ଉଷୁ ବିଚାରକ ଭାବରେ ପ୍ରଶିକ୍ଷଣ ନେଇଥିଲେ।ଏହା ଚୀନ ଦେଶ ର ଚାଙ୍ଗ ଚୁଁ ସହର, ଜିଲିଁ ପ୍ରୋଭିନ୍ସ, ସ୍ଥାନ ଠାରେ ଜୁନ ମାସ ୨୭ ରୁ ଜୁଲାଇ ୩,୨୦୨୫ ପ୍ରଜନ୍ତ ଆୟୋଜିତ ହେଇଥିଲା।ଏଥିରେ ଅନୁଗୋଳ ଉସୂ ଆସୋସିସନ ର ସାଧାରଣ ସମ୍ପାଦକ ଶ୍ରୀ ସୁଶାନ୍ତ ନାଏକ ଅନୁଗୋଳ ଲାଗି ଅନ୍ତର୍ଜାତୀୟ ବିଚାରକ ଭାବରେ ଉତ୍ତିନ୍ୟ ହୋଇ ଦେଶ, ରାଜ୍ୟ ଓ ଅନୁଗୋଳ ଜିଲ୍ଲା ଲାଗି ସୁନାମ ଅର୍ଜନ କରିଛନ୍ତି। ଏହା ସହିତ ରାଜ୍ୟ ର ଏକମାତ୍ର ବେକ୍ତୀ ଭାବରେ ଅଂଶ୍ୟ ଗ୍ରହଣ କରିଥିଲେ ଏଥି ସହିତ ଜିଲ୍ଲା ପ୍ରଶାସନ,ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ ରାଜ୍ୟ ଉସୁ ସଂଘର ସଭାପତି ଓ ପ୍ରତିଷ୍ଠାତା ଏସ ଏସ ହରିଚନ୍ଦନ ସହିତ ଟେକ୍ନିକାଲ ନିର୍ଦ୍ଦେଶକ ଶ୍ରୀ ପ୍ରଦ୍ୟୁମ୍ନ ବେହେରା ଶୁଭେଛା ପ୍ରଦାନ କରିଛନ୍ତି।ଅନୁଗୋଳ ଜିଲ୍ଲାର ଓଷୁ ଜିଲ୍ଲା ସଭାପତି ଓ ଅନୁଗୋଳ ଜିଲ୍ଲା ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ୱର୍କିଙ୍ଗ ପ୍ରେସିଡେଣ୍ଟ ଶ୍ରୀ ଦିନେଶ ପ୍ରଧାନ,ସହିତ ଓଷୁ ଆସୋସିଏସନ୍ ର ସମସ୍ତ ସଦ୍ୟଶ ଶୁଭେଚ୍ଛା ଜଣାଇଛନ୍ତି।



