ଅନୁଗୋଳ ଜିଲ୍ଲାସ୍ତରୀୟ ସାହିତ୍ୟ ସମ୍ପର୍କିତ ପ୍ରବନ୍ଧ, ବକ୍ତୃତା, କବିତା ଅବୃତ୍ତା ଓ ସାଧାରଣଜ୍ଞାନ ପ୍ରତିଯୋଗୀତା ଅନୁଷ୍ଠିତ

ଅନୁଗୋଳ (୧୧/୦୭) – ଓଡିଶା ସାହିତ୍ୟ ଏକାଡ଼େମୀର ସ୍ବନକ୍ଷତ୍ର – ଅବସରରେ ସ୍ଥାନୀୟ ଜିଲ୍ଲା ପାଠାଗାର ଠାରେ ସାହିତ୍ୟ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ସ୍ତରରୁ ପ୍ରତିଯୋଗୀମାନେ ଚୟନିତ ହୋଇ ଅଂଶଗ୍ରହଣ କରିଥିଲେ । ଷଷ୍ଠ ଓ ସପ୍ତମ ଶ୍ରେଣୀର ପ୍ରତିଯୋଗୀ ‘କନିଷ୍ଠ’ ଏବଂ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ପ୍ରତିଯୋଗୀ ‘ବରିଷ୍ଠ’ ବିଭାଗରେ ପ୍ରତିଯୋଗୀତାମାନ ଆୟୋଜନ କରାଯାଇଥିଲା । ‘ପ୍ରବନ୍ଧ’ ପ୍ରତିଯୋଗୀତାରେ ସୁଜ୍ଞାନୀ ସୁଶୋଭିତା ପ୍ରଧାନ, ଓଏଭି, ରଣିଆକଟା, ଗାୟନ୍ତିକା ପଣ୍ଡା, ଡିଏଭି ପବ୍ଲିକ ସ୍କୁଲ, ଡେରା, ସୋନାଲି ବିଶ୍ବାଳ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଅନୁଗୋଳ କନିଷ୍ଠ ବର୍ଗରେ ଏବଂ ସୁଶ୍ରୀ ସାଇସ୍ମୃତି ସାହୁ, ଡିଏଭି ପବ୍ଲିକ ସ୍କୁଲ, ଜଗନ୍ନାଥ ଏରିଆ, ତାଳଚେର, ସମୀକ୍ଷା କ୍ଷେତୀ, ଓଏଭି, ରଣିଆକଟା, ଜ୍ୟୋତ୍ସ୍ନାରାଣୀ ନାଏକ, ସରକାରୀ ଉଚ୍ଚ ବିଦ୍ୟାଳୟ, ଖଲାରୀ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ‘ବକ୍ତୃତା’ ପ୍ରତିଯୋଗୀତାରେ କନିଷ୍ଠ ବର୍ଗର ହର୍ଷିକା ପ୍ରଧାନ, ଡିଏଭି ପବ୍ଲିକ ସ୍କୁଲ, ଜଗନ୍ନାଥ ଏରିଆ, ତାଳଚେର, ଆର୍ୟନ କୁମାର ସାହୁ, ହୁଲୁରିସିହ୍ନା ଉ.ପ୍ରା ବିଦ୍ୟାଳୟ, ଅନୁଗୋଳ, ଅମ୍ଲଜା ପ୍ରିୟଦର୍ଶିନୀ ସାହୁ, ରାମଦେଓ ସରକାରୀ ଉଚ୍ଚ ବିଦ୍ୟାଳୟ, ବଇଣ୍ଡା ଏବଂ ବରିଷ୍ଠ ବର୍ଗର ପଟ୍ଟଜୋଶୀ ସୌରୀପ୍ରସାଦ ମିଶ୍ର, ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁଗୋଳ, ପ୍ରୀତି ମଞ୍ଜରି ସାହୁ, ହାଣ୍ଡିଧୁଆ ଉଚ୍ଚ ବିଦ୍ୟାଳୟ, ତାଳଚେର, ମଧୁମିତା ସାହୁ, ଡିଏଭି ପବ୍ଲିକ ସ୍କୁଲ, କଳିଙ୍ଗ ଏରିଆ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିଲେ । ସେହିପରି ‘କବିତା ଅବୃତ୍ତରେ’ କନିଷ୍ଠ ବର୍ଗରେ ଧୀ ସମ୍ପୂର୍ଣ୍ଣା ପ୍ରଧାନ, ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁଗୋଳ ପ୍ରଥମ ଏବଂ ପ୍ରତ୍ୟାଶା ନାୟକ, ଡିଏଭି ପବ୍ଲିକ ସ୍କୁଲ, ଜଗନ୍ନାଥ ଏରିଆ, ତାଳଚେର, ଦିଲ୍ଲୀ ପ୍ରିୟଦର୍ଶିନୀ ବିନ୍ଧାଣୀ, ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁଗୋଳ, ପ୍ରଭାମୟୀ ଶଙ୍ଖାରୀ, ରାମଦେଓ ସରକାରୀ ଉଚ୍ଚ ବିଦ୍ୟାଳୟ, ବଇଣ୍ଡା ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ହୋଇଥିଲେ । ‘ସାଧାରଣଜ୍ଞାନ ଓ ଅନୁବାଦ’ ପ୍ରତିଯୋଗୀତାରେ ସୌଜନ୍ୟା ପ୍ରଧାନ, ସରକାରୀ ଉଚ୍ଚ ବିଦ୍ୟାଳୟ, କିଶୋରନଗର, ଋତୁ ପଲ୍ଲବୀ ବେହେରା, ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁଗୋଳ, ସବ୍ୟସାଚୀ ପରିଡା, ଯୁବରାଜ ଉଚ୍ଚ ବିଦ୍ୟାଳୟ, ତାଳଚେର ‘କନିଷ୍ଠ’ ବିଭାଗରେ ଏବଂ ଅଂଶୁମାନ ପ୍ରଧାନ, ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁଗୋଳ, ଅମୃତାଂଶୁ ଦାଶ, ଡିଏଭି ପବ୍ଲିକ ସ୍କୁଲ, ଜଗନ୍ନାଥ ଏରିଆ, ତାଳଚେର, ପୂର୍ଣ୍ଣିମା ପ୍ରଧାନ, ରାମଦେଓ ସରକାରୀ ଉଚ୍ଚ ବିଦ୍ୟାଳୟ, ବଇଣ୍ଡା ‘ବରିଷ୍ଠ’ ବିଭାଗରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିଲେ ।ଏହି ପ୍ରତିଯୋଗୀତାକୁ ଜିଲ୍ଲା ସଂସ୍କୃତି ଅଧିକାରୀ, ଦୁଃଶାସନ ନାଏକ ଏବଂ ବିଚାରକ ମଣ୍ଡଳୀ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶ, ଡଃ ଇନ୍ଦିରା ଦାଶ, ସଂଗ୍ରାମ କେଶରୀ ପୃଷ୍ଟି, ଦଧୂବାମନ ପ୍ରଧାନ, ଅସିତ ପଟ୍ଟନାୟକ ଓ ସରୋଜ ପାଣିଗ୍ରାହୀ ପ୍ରଭୃତି ଉଦଘାଟନ କରିଥିଲେ । ପରିଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ଦେଇ ପୁରସ୍କୃତ କରାଯାଇଥିଲା । ଏହି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ବର୍ଗର ପ୍ରତିଯୋଗୀମାନେ ଭୁବନେଶ୍ବରସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।



