ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ଆତ୍ମହୁତି ଉଦ୍ୟମ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଘଟଣାରେ ରାଜ୍ୟ ସରକାର ସଠିକ ପଦକ୍ଷେପ ନେଇଛନ୍ତି । ଏଭଳି ଘଟଣା ଦୁର୍ଭାଗ୍ୟଜନକ, ଯେତେ ନିନ୍ଦା କଲେ ବି କମ୍ ହେବ । ଶିକ୍ଷକ-ଶିକ୍ଷାର୍ଥୀ ସମ୍ପର୍କରେ ଅବମୂଲ୍ୟାୟନ ହୋଇଛି, ସାମ୍ନା କରିବାକୁ ପଡିବ ।
ଆଗକୁ ରାଜ୍ୟ ସକରାର ଆଇନ ଅନୁସାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବେ । ବର୍ତ୍ତମାନ ରାଜନୀତି କରିବାର ବେଳେ ନୁହେଁ, ପୀଡିତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ଆମର ପ୍ରାଥମିକତା ।ସେପଟେ ଛାତ୍ରୀଙ୍କ ଶରୀରର ୯୫ପ୍ରତିଶତ ପୋଡିଯାଇଥିବାରୁ ତାଙ୍କୁ ଏମ୍ସରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଚିକିତ୍ସା ଜାରି ରଖିଛନ୍ତି । ତାଙ୍କ ଅବସ୍ଥା ଏବେ ବି ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସର ବିଶେଷଜ୍ଞଙ୍କ ମତାମତ ଲୋଡାଯାଇଛି । କିଡନୀ କାମ କରୁନଥିବାରୁ ପରିସ୍ରା ହେଉନି । ୯୮ପ୍ରତିଶତ ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ପୀଡିତା ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


