ଗୋପାଲପୁର ଆଶ୍ରମ ବିଦ୍ୟାଳୟରେ ୭୬ ତମ ବନ ମହୋତ୍ସବ ପାଳିତ

ବରଗଡ:୧୪/୭(ପବିତ୍ର ମେହେର) ପ୍ରାକୃତିକ ଭାରସାମ୍ୟ ରକ୍ଷା ନିମନ୍ତେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଆଶ୍ରମ ବିଦ୍ୟାଳୟରେ ୭୬ ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରଧାନ ଶିକ୍ଷକ ରାମ ହନୁମନ୍ତ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଭଟଲି ବନପାଳ ରାଜେନ୍ଦ୍ର ସିଂ,ସ୍ଵତନ୍ତ୍ର ଅତିଥି ଭାବରେ ଇକୋ କ୍ଳବ୍ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଞ୍ଜୟ ଖମାରୀ, ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ନରସିଂହ ଚରଣ ସାହୁ ଓ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅନନ୍ତ ସାହୁ ଯୋଗ ଦେଇଥିଲେ।ପ୍ରାକୃତିକ ଭାରସାମ୍ୟ ରକ୍ଷା ନିମନ୍ତେ ବିଦ୍ୟାଳୟ ଓ ଗ୍ରାମ୍ୟ ପରିବେଶକୁ ସଦା ସର୍ବଦା ସୁନ୍ଦର ଓ ସବୁଜ କରିବା ସକାଶେ ଛାତ୍ର ଛାତ୍ରୀ ମାନେ ଆଗେଇ ଆସିବା ଉଚିତ ବୋଲି ଅତିଥିବୃନ୍ଦ ମତ ବ୍ୟକ୍ତ କରିଥିଲେ। “ମାଁ ପାଇଁ ଗଛଟିଏ-୨.୦” ଅଭିଯାନରେ ଅଂଶ ଗ୍ରହଣ କରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବା ସହିତ ଚାରାବଣ୍ଟନ କରିଥିଲେ।କାର୍ଯ୍ୟକ୍ରମରେ ଇକୋ କ୍ଳବ୍ ଶିକ୍ଷକ ଶିକ୍ଷକ ତଥା ପ୍ରକୃତି ପ୍ରେମୀ ଉଚ୍ଛବ ଭୁଏ ଉଦ୍ଦେଶ୍ୟ ଜ୍ଞାପନ ଓ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଦୀପ୍ତି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ରାଜୀବ ଲୋଚନ ସାହୁ,ଦିଲ୍ଲୀପ ପଧାନ, ଅଷ୍ଟମନ୍ୟୁ ବାରିକ,ଶିକ୍ଷୟିତ୍ରୀ ମମତା ସାହୁ,ପଞ୍ଚମୀ ନାଏକ, ସାବିତ୍ରୀ ସା, ଗ୍ରାମର ସ୍ଵେଚ୍ଛାସେବୀ ଦୁର୍ଜୟ ହାତୀ,ଅନ୍ତର୍ଯ୍ୟାମୀ ପଧାନଓ କ୍ଷେତ୍ର ମୋହନ ସାହୁଙ୍କ ସମେତ ଇକୋ କ୍ଲବର ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।




