ବାଲେଶ୍ୱର ଘଟଣା ପରେ ଓଡ଼ିଶା ସରକାର ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟକୁ କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ଉତ୍ପୀଡ଼ନ ଆଇନ, ୨୦୧୩ (C) ଅନ୍ତର୍ଗତ ଆଭ୍ୟନ୍ତରୀଣ କମିଟି ଉପରେ ନିର୍ଦ୍ଦେଶାବଳୀ ତୁରନ୍ତ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
୨୪ ଘଣ୍ଟା ମଧ୍ୟରେ ଅନ୍ତରୀଣ ଅଭିଯୋଗ କମିଟିର ସ୍ଥିତି ବିଷୟରେ ଉଚ୍ଚ ଶିକ୍ଷା ବିଭାଗକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସବୁ କଲେଜରେ ତୁରନ୍ତ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ଚିଠିରେ ଦର୍ଶାଯାଇଛି।ଏହା ସହିତ କମିଟିରେ ଥିବା ସଦସ୍ୟଙ୍କ ନାଁ ଏବଂ ଯୋଗାଯୋଗ ନମ୍ବର HIMS ପୋର୍ଟାଲରେ ଅପଲୋଡ଼ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ବିଶ୍ଵବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ପ୍ରିନ୍ସିପାଲଙ୍କୁ ଉଚ୍ଚ ଶିକ୍ଷା ବିଭାଗ ଏ ନେଇ ଚିଠି ଲେଖିଛି।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526.jpg)

