ନାଲକୋର ନୂତନ ମାନବ ସମ୍ବଳ ଅଧିକାରୀ ଙ୍କୁ ସମ୍ବର୍ଦ୍ଧନା
ନାଲକୋ ଏସ ଆଣ୍ଡ ପି କଂପ୍ଲେକ୍ସରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମାନବ ସମ୍ବଳ ଅଧିକାରୀ ଶ୍ରୀ ସୁନୀଲ କୁମାର ମହାପାତ୍ରଙ୍କୁ ନାଲକୋ ଯାଦବ ସମାଜ ତରଫରୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା, ଯାଦବ ସମାଜ ତରଫରୁ ପ୍ରତେକ ବର୍ଷ ପରି ଆଗାମୀ ନନ୍ଦ ଉତ୍ସବ ଏବଂ ଫଗୁ ଦଶମୀ ପାଇଁ ଆପଣଙ୍କର ସାହାଯ୍ୟ ରହିବ ବୋଲି ସମାଜ ତରଫରୁ ଶ୍ରୀ ମହାପାତ୍ର ଙ୍କୁ ଅନୁରୋଧ କରାଯାଇଥିଲା, ଏଥିରେ ସମାଜର ସଭାପତି ଶ୍ରୀ ଭରତ ରାଉତ, ସାଧାରଣ ସମ୍ପାଦକ ଶ୍ରୀ ପ୍ରକାଶ ବେହେରା, ରଞ୍ଜନ ବେହେରା, ବିଭୁତି ବେହେରା, ଦିନ ବନ୍ଧୁ ଭୁତିଆ, ସୁଶାନ୍ତ ରାଉତ ଏବଂ ସୁଶାନ୍ତ ସାହୁ ଉପସ୍ଥିତ ଥିଲେ, ପରିଶେଷରେ ଯାଦବ ସମାଜର ସମସ୍ତ ସଦସ୍ୟଙ୍କୁ ଶ୍ରୀ ମହାପାତ୍ର ମିଠା ଖୁଆଇ ଧନ୍ୟବାଦ ଅର୍ପଣ କରିଥିଲେ ।

