Spread the love

ସତ୍ୟସାଇ ସେବା ସମିତି ପକ୍ଷରୁ ୨୦ ତାରିଖରେ ଆରମ୍ଭ ହେବ ରକ୍ତଦାନ ଶିବିର
ତାଳଚେର, ୧୭/୦୭ ତାଳଚେର ସତ୍ୟସାଇ ସେବାସମିତି ପକ୍ଷରୁ ତାଳଚେର ପୌରପରିଷଦ ହାଇସ୍କୁଲରେ ଆସନ୍ତା ୨୦/୦୭/୨୦୨୫ ତାରିଖ ରବିବାର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ସକାଳ ୮ଘଟିକା ଠାରୁ ମଧ୍ୟାନ୍ନ ୧ଘଟିକା ପର୍ଯ୍ୟନ୍ତ ତାଳଚେର ଟାଉନ୍ ଜଗନ୍ନାଥମନ୍ଦିର ନିକଟସ୍ଥ ମ୍ୟୁନିସିପାଲିଟି ହାଇସ୍କୁଲ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଏଥିରେ ସ୍ୱଚ୍ଛାକୃତ ଯୁବକମାନେ ଓ ସତ୍ୟସାଇ ସଂଗଠନର ସଦସ୍ୟମାନେ ଉପସ୍ଥିତ ରହି ଶିବିରକୁ ସାଫଲ୍ୟ ମଣ୍ଡିତ କରିବାର କାର୍ଯ୍ୟକ୍ରମ ରହିଛି । ‘ରକ୍ତଦାନ ମହତପୂର୍ଣ୍ଣ୍ୟ’ ଏହି ଅବସରରେ  ‘ସମସ୍ତଙ୍କୁ ଭଲପାଅ ସମସ୍ତଙ୍କ ସେବାକର’ ଏବଂ ଆପଣଙ୍କ କେଇବୁନ୍ଦା ରକ୍ତ କାହାର ଜୀବନ ବଂଚାଇ ପାରିବ । ତାଳଚେର ଉପଖଣ୍ଡ ଅଂଚଳର ବର୍ଷାଋତୁରେ ରକ୍ତର ଅଭାବକୁ ଦୂରକରିବା ନେଇ କୌଣସି ରୋଗୀ ରକ୍ତପାଇଁ ଅସୁବିଧାର ସମ୍ମୁଖୀନ ନହେବାକୁ ସତ୍ୟସାଇ ସଂଗଠନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ରକ୍ତଦାନ ଶିବିରରେ ସତ୍ୟସାଇ ସେବାସମିତର ସମିତି ଆବାହକ କିଶୋର ଚନ୍ଦ୍ର ସାମନ୍ତ, ପ୍ରତିଷ୍ଠାତା ପଙ୍କଜଲୋଚନ ପତି, ବିରଚିଂ ନାରାୟଣ ଦାସ, ଶକ୍ତିପ୍ରସାଦ ସାହୁ, ବାବୁଲି ନାଥ, କମଳଲୋଚନା ପତି, ଅକ୍ଷୟ ମହାରଣା, ସୁଚିତ୍ରା ମହାରଣା, କଳ୍ପନା ମିଶ୍ର, ବିଷ୍ଣୁପ୍ରିୟା ପତି, ମାମାଲି ଦାସ, ରେଣୁବାଳା ମିଶ୍ରଙ୍କ ସମେତ ଅନ୍ୟ ସତ୍ୟସାଇ ସଂଗଠନର ସମସ୍ତ ସଦସ୍ୟମାନେ ଉପସ୍ଥି ରହିବେ ।

Leave a Reply

Your email address will not be published. Required fields are marked *