ଫେସ୍ ବୁକ୍ ରୁ ପ୍ରେମ, ପ୍ରେମରୁ ବାହାଘର ଓ ପରେ ପ୍ରତାରଣା କରି ମାରିଦେଲେ ହଟାକଟା ୨୧ବର୍ଷ ଯୁବକକୁ, ମାଆ ବାପାଙ୍କର ନ୍ୟାୟ ପାଇବା ପାଇଁ ଆକୁଳ ନିବେଦନ

ତାଳଚେର, ୧୫/୦୭ ଫେସ୍ୱୁକରୁ ପ୍ରେମ, ପ୍ରେମରୁ ବାହାଘର ପରେ ପ୍ରତାରଣା କରି ମାରିଦେଲେ ହଟାକଟା ୨୧ବର୍ଷ ଯୁବକକୁ ଶ୍ୱଶୁରଘର ପରିବାର ବୋଲି ସାଘାଂତିକ ଅଭିଯୋଗ ଆଣିଛନ୍ତି ପୁଅର ପରିବାର । ଏହାକୁ ନେଇ ତାଳଚେର ଅଂଚଳରେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି । ମାଆ, ବାପାଙ୍କର ନ୍ୟାୟ ପାଇବା ପାଇଁ ଆକୁଳ ନିବେଦନ କରିଛନ୍ତି ତାଳଚେର ଟାଉନ ଥାନାରେ ଓ ଏହାପରେ ଆଜକୁ ଦୀର୍ଘ ଦେଢ଼ମାସ ବିତିଯାଇଥିଲେ ମଧ୍ୟ କିଛି କୁଆଡ଼ୁ ସାହାରା ନପାଇ ଦ୍ୱାରସ୍ଥ ହୋଇଛନ୍ତି ଓଡ଼ିଶା ମାନବଧିକାର ସଭାପତି ଡ଼ଃ ଦେବେନ୍ଦ୍ର ସିଂହ ନିକଟରେ । ଘଟଣାରୁ ପ୍ରକାଶ, ତାଳଚେର ପୌରପରିଷଦ ୯ନମ୍ବର ୱାର୍ଡ଼ ୧୪୯ନମ୍ବର ଜାତୀୟ ରାଜପଥ ନିକଟସ୍ଥ ଏକ ପେଟ୍ରୋଲ ଟାଙ୍କି ସମ୍ମୁଖରେ ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ୱ ହେବ କଟକ ଜିଳ୍ଳା ଆଠଗଡ଼ ଅଂଚଳରୁ ୨୧ବର୍ଷର ଯୁବକ ଚିନ୍ମୟ ନାୟକଙ୍କ ସପରିବାର ଏଠାରେ ରହି ଆସୁଥିଲେ । ଚିନ୍ମୟ ଉକ୍ତ ପେଟ୍ରୋଲ ପମ୍ପରେ ରହି ପରିବାର ଗୁଜୁରାଣ ମେଟାଂଉଥିଲେ । ମାତ୍ର ଉକ୍ତ ଯୁବକଙ୍କ ବ୍ରହ୍ମପୁର ଅଂଚଳ କନିସହାଟ ନିକଟସ୍ଥ ସ୍ମୃତିରେଖା ପଟ୍ଟନାୟକ (୨୧)ଙ୍କ ସହ ଚିନ୍ମୟଙ୍କ ଫେସବୁକରେ ବାର୍ତାଳୋପ ହୋଇଥିଲା । ବାର୍ତାଳୋପରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ପରିବାର ଲୋକ ଏହା ଜାଣିବା ପରେ ଦୁଇପରି ବିବାହ ପାଇଁ ସ୍ୱୀକୃତୀ ପ୍ରଦାନ କରିଥିଲେ । ବିବାହପରେ ପୁଅ ବୋହୁ ସାତମାସ ତାଳଚେରରେ ରହିବାପରେ ଝିଅର ମାଉସୀ, ମାଇଁ ଓ ମାଆ, ଝିଅ ସାତମାସ ଗର୍ଭବତୀ ଥିବା ଜାଣି ଝିଅକୁ ତାଳଚେରରୁ ତାଙ୍କ ଘରକୁ ନେଇ ଯାଇଥିଲେ । ଏହାପରେ ଝିଅ ରୀତିମତ ସ୍ୱାମୀ ସହିତ ଫୋନରେ କଥାବାର୍ତା ହୋଇ କୌଶଳକ୍ରମେ ତାଙ୍କ ବ୍ରହ୍ମପୁର ଗ୍ରାମକୁ ନେଇ ଯାଇଥିଲା । ସେଠାରେ ଚିନ୍ମୟଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେବପରେ ପୁଅର ବାପା, ମାଆ ନାତୀକୁ ନେଇ ତାଳଚେରକୁ ଚାଲିଆସେ ବୋଲି କହିଥିଲେ । ପୁଅ ସହିତ ମାଆ ୦୨/୦୬/୨୦୨୫ରେ ରାତ୍ରୀ ୧୦ଟା ସମୟରେ ଫୋନ ଯୋଗେ କଥା ହେବାରୁ ପୁଅ କହିଲା ମୁଁ କାଲି ନାତି ଓ ବୋହୁକୁ ଧରି ତାଳଚେରରେ ପଂହଚିବି । ମାତ୍ର ରାତି ୨ଘଟିକା ସମୟରେ ପୁଅର ଫୋନରୁ ପୁଅର ଆଈ ପାଖକୁ ଏକ କଲ ଆସିଲା ଯେଉଁଥିରେ ପରିବାର ସମ୍ଭମ୍ବୀଭୂତ ହୋଇପଡ଼ିଥିଲେ । ଘଟଣାକ୍ରମେ ତୁମ ପୁଅ ମଦପିଇ ଆତ୍ମହତ୍ୟା କରିଛି ବୋଲି ଫୋନ୍ ଯୋଗେ ଏହି ଦୁଃଖଦ ଖବର ପାଇବାପରେ ପୁଅର ବାପା, ମାଆ କିଛି ନଭାବି ସିଧାସଳଖ ତାଳଚେରରୁ ବ୍ରହ୍ମପୁର ଚାଲିଯାଇଥିଲେ । ପୁଅର ବାପା ମାଆ ସେଠାରେ ନପହଚୁଂଣୁ ତରବରିଆ ଭାବେ ଝିଅର ପରିବାର ଲୋକେ ସ୍ଥାନୀୟ ମେଡ଼ିକାଲରେ ପୋଲିସ୍ ଅନୁପସ୍ଥିତିରେ ଶବବ୍ୟବଚ୍ଛେଦ କରାଇ ଆମ୍ବୁଲାନ୍ସ ଯୋଗେ ପୋଡ଼ିବାକୁ ନେଉଥିବା ବେଳେ ଘଟଣା ସ୍ଥଳରେ ପୁଅର ବାପା ମାଆ ପଂହଚି ପାଟିତୁଣ୍ଡ କରିବା ସହିତ ଶବକୁ ଛାଡ଼ି ଦେଇନଥିବା ପରିବାର ଏହା ଦୁଃଖରର ସହ ପ୍ରକାଶ କରିଛନ୍ତି । ତେବେ ଝିଅର ପରିବାର କୌଶଳକ୍ରମେ ସେମାନଙ୍କୁ ନାନାଦି କଥା କହି ଶବକୁ ପୋଡ଼ି ଦେଇଥିଲେ ।
ପୁଅର ବାପା, ମାଆ ସେଠିକାର ଗୋଲହରା ଥାନାରେ ଥିବା ଜୈନିକ ଏସଆଇଙ୍କୁ ଘଟଣା ସଂକ୍ରାନ୍ତରେ ପଚାରିବାରୁ ସେ ପ୍ରକାଶ କରିଥିଲେ କି, ହଁ ଆମେ ବ୍ୟବଚ୍ଛେଦ କରିବାକୁ ତାଙ୍କୁ ଆଦେଶ ଦେଇଛୁ ବୋଲି ପୁଅର ବାପା, ମାଆ ଏହା ପ୍ରକାଶ କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ, ଜୈନିକ ଏସଆଇ ମେଡ଼ିକାଲରେ ନପହଂଚି କେମିତି ବ୍ୟବଚ୍ଛେଦ କରାଇଲେ ତାକୁ ନେଇ ବାପା, ମାଆଙ୍କ ସନ୍ଦେହ ଘନୀଭୂତ ହେବା ସହ ପୁଅର ବାପା, ମାଆ ସ୍ପଷ୍ଟଭାବେ ଝିଅର ମାଆ, ମାଇଁ, ମାଉସୀ ମିଶି ମୋ ପୁଅକୁ ମାରି ଦେଇଛନ୍ତି ବୋଲି ତାଳଚେର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି । ଘଟଣା ଦେଢ଼ମାସ ବିତି ଯାଇଥିଲେ ମଧ୍ୟ ସେଠିକାର ମେଡ଼ିକାଲ ପକ୍ଷରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ନଆସିବା ସନ୍ଦେହ ଘେରକୁ ଟାଣି ନେଇଥିଲେ ମଧ୍ୟ ସେମାନେ କୌଣସି ସାହାରା ନପାଇ ବାଧ୍ୟହୋଇ ଆଜି ଅଲଓଡ଼ିଶା ମାନବଧିକାର ସଭାପତି ଡ଼ଃ ଦେବେନ୍ଦ୍ର ସିଂହଙ୍କୁ ଏସମ୍ପର୍କରେ ଜଣାଇବା ସହିତ ଏହାର ସତ୍ୟାସତ୍ୟ ସାବ୍ୟସ୍ତ କରିବା ସହିତ ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି ।



