କେଶବ ଚନ୍ଦ୍ର ମିଶ୍ର ସ୍ମୃତି ଶ୍ରଦ୍ଧାଞ୍ଜଳି ଓ ଗ୍ରନ୍ଥାବଳୀ ଉନ୍ମୋଚ଼ିତ
ଢେଙ୍କାନାଳ, ତା. ୧୯.୦୭.୨୦୨୫- ଆଜି ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ହଲ ଠାରେ, ଭୁବନରେ ୧୮୮୦ ମସିହାରେ ଜନ୍ମିତ କେଶବ ଚ଼ନ୍ଦ୍ର ମିଶ୍ରଙ୍କ ରଚିତ ଗ୍ରନ୍ଥାବଳୀ ଉନ୍ମୋଚ଼ିତ ହୋଇଯାଇଛି। ହାଇକୋର୍ଟର ଜଷ୍ଟିସ୍ ଶ୍ରୀ ଶଶୀ କାନ୍ତ ମିଶ୍ରଙ୍କ ଅଜା ସାହିତ୍ୟିକ, ଗାଳ୍ପିକ, କଥାକାର, ନାଟ୍ୟକାର, ଜ୍ୟୋତିଷ ଶାସ୍ତ୍ରଜ୍ଞ ସ୍ୱର୍ଗୀତ କେଶଵ ଚ଼ନ୍ଦ୍ର ମିଶ୍ରଙ୍କ ଫଟୋଚିତ୍ରରେ ଉତ୍ସବରେ ଯୋଗଦେଇଥିବା ମୁଖ୍ୟ ଅତିଥି ପଣ୍ଡିତ ଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର, ହାଇକୋର୍ଟର ଜଷ୍ଟିସ ଶ୍ରୀ ଶିଶିକାନ୍ତ ମିଶ୍ର, ରାଜା ଶ୍ରୀ କାମାକ୍ଷା ପ୍ରସାଦ ସିଂଦେଓ, ଶ୍ରୀ ଶରତ ଚନ୍ଦ୍ର ମିଶ୍ର ଭାରଦ୍ବାଜ, ଗ୍ରନ୍ଥାବଳୀର ପ୍ରକାଶକ ଶ୍ରୀ ଜୀବାନନ୍ଦ ମିଶ୍ର ଏବଂ ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି । ମୁଖ୍ୟଅତିଥି ଭାବେ ଯୋଗଦେଇ ପଦ୍ମଶ୍ରୀ ପଣ୍ଡିତ ଶ୍ରୀଯୁକ୍ତ ମିଶ୍ର କେଶବ ଚନ୍ଦ୍ର ମିଶ୍ରଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କର ଅନନ୍ୟ ରଚ଼ନା ଓ ମହାନ ବ୍ୟକ୍ତିତ୍ବ ସଂପର୍କରେ ଆଲୋକପାତ କରିଥିଲେ ।



