ଲଷ୍ମୀବସର ଦୌରାତ୍ମ୍ୟରେ ଛାତ୍ରଛାତ୍ରୀଙ୍କ,ପଥଚାରିଙ୍କ ଜୀବନବିପଦରେ
ହିନ୍ଦୋଳ-ପ୍ରତ୍ୟେକ ଅଞ୍ଚଳ ସହ ସଦରମହକୁମାକୁ ଯୋଡିବାପାଇଁ ଗରିବ ଜନସାଧାରଣ ଓ ମହିଳାମାନଙ୍କ ଗମନାଗମନ ସୁବିଧା ପାଇଁ ପୂର୍ବ ସରକାର ଏକ ଐତିହାସିକ ପଦକ୍ଷେପ ସୁରୂପ ସୁଦୂରପ୍ରସାରି “ଲଷ୍ମୀ ବସ ” ଚଳାଚଳ ଆରମ୍ଭ କରିଥିଲେ। ତେବେ ଜନସାଧାରଣ ଏଥିରେ ବହୁଳମାତ୍ରାରେ ଉପକୃତ ହେଉଛନ୍ତି। ମାତ୍ର ଏହି ଲଷ୍ମୀବସ ଗୁଡିକରେ ଅନଭିଜ୍ଞ କମ ବୟସର ଚାଳକମାନେ ବସ ଗୁଡିକୁ ଦ୍ରୁତଗତିରେ ଚଳାଇବାସହ ଅନ୍ୟ ଗାଡିମୋଟର, ପଥଚାରି,ପ୍ରତିଦିନ ସକାଳୁ ସନ୍ଧ୍ୟା ଯାଏ ସ୍କୁଲ, ଟିଉସନ ଯାଉଥିବା ଶହଶହ କୋମଳ ଛାତ୍ରଛାତ୍ରୀ ମାନଙ୍କ ଦେହରେ ଲଗାଇ ସାଇଡ ମାରିବାସହ ଘସିହୋଇ ନେଉଛନ୍ତି ଫଳରେ ହଜାହଜାର ପଥଚାରି ଓ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଜୀବନ ବିପଦପୂର୍ଣ୍ଣ ଅଛି ଏବଂ କେତେବେଳେ ଯେ କିଛି ଅଘଟଣ ଘଟିବ କହିହେବନି ବୋଲି ବହୁ ଜନସାଧାରଣ ଆଲୋଚନା କରୁଛନ୍ତି। ଏପରିକି ହିନ୍ଦୋଳ ଏନଏସି ସମେତ ଉପଖଣ୍ଡର ପ୍ରତ୍ୟେକ ଅଞ୍ଚଳରେ ଶହଶହ ଛାତ୍ରଛାତ୍ରୀ ସକାଳେ ସନ୍ଧ୍ୟାରେ ଟ୍ୟୁସନ ଯିବାସହ ସ୍କୁଲ ଯିବାଆସିବା କରୁଛନ୍ତି ଏବଂ ଭୟଭୀତ ଛାତ୍ରଛାତ୍ରୀ ମାନେ ପ୍ରତିଦିନ ଘରେ ଆସି ଅଭିଯୋଗ କରୁଛନ୍ତି ଲଷ୍ମୀ ବସ ଦ୍ରୁତଗତିରେ ଆମ ଆଡକୁ ମାଡିଆସି ସାଇଡମାରି ଯାଉଛି ଫଳରେ ସମ୍ଭାବ୍ୟ ବିପଦ ଆଶଙ୍କାରେ ରହିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ। କିଛିଦିନ ତଳେ ଏହିପରି ବେପାରବାୟ ଦ୍ରୁତଗତି ଲଷ୍ମୀବସ ଢେଙ୍କାନାଳ ଭୁବନ ଅଂଚଳରେ ଦୁର୍ଘଟଣା ଘଟାଇ ଜୀବନହାନି ଘଟଣା ଜନସାଧାରଣଙ୍କ ମନରୁ ଲିଭି ନାହିଁ ଫଳରେ ଜନଅସନ୍ତୋଷ ବୃଦ୍ଧି ପାଇବାସହ ଏହା କେତେବେଳେ ଯେ ବିସ୍ପୋରକ ପରିସ୍ଥିତି ସୃଷ୍ଟି କରିବ କହିହେବନି ବୋଲି ବୁଦ୍ଧିଜୀବୀ, ଅଭିଭାବକ ଓ ଜନସାଧାରଣ ଆଲୋଚନା କରୁଛନ୍ତି।ଲଷ୍ମୀବସ ର ଦ୍ରୁତଗତିରେ ଗାଡିଚାଳନା ଉପରେ ଅଙ୍କୁଶ ଲଗାଇବାସହ ଅଭିଜ୍ଞା ଚାଳକ ନିଯୁକ୍ତି, ସଡ଼କସୁରକ୍ଷା ନିୟମ ମାନି ଚଳାଇବା ସହ ଗାଡିଗୁଡିକ ଯାତାୟତ ସମୟରେ ସତର୍କତା ଅବଲମ୍ବନ ପାଇଁ ତୁରନ୍ତ ପଦକ୍ଷେପ ନେବାପାଇଁ ହିନ୍ଦୋଳ ପ୍ରଶାସନ ଓ ପୋଲିସ ପ୍ରଶାସନଙ୍କୁ ଜନସାଧାରଣ ଦୃଢ଼ ଦାବି କରିଛନ୍ତି।
ହିନ୍ଦୋଳ ରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ



