ଭୂବନେଶ୍ବର: ପାଟନା ଏମ୍ସର ହଷ୍ଟେଲରେ ଓଡ଼ିଆ ଛାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଛାତ୍ରଙ୍କ ନାମ ଯଦବେନ୍ଦ୍ର ସାହୁ ଓରଫ ଅମୃତ୍ୟ ଅରବିନ୍ଦ । ସୂଚନାନୁସାରେ, ସେ ପାଟନା AIIMSର ପିଜି ପ୍ରଥମ ବର୍ଷର ଛାତ୍ର ଥିଲେ ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏହି ଅଘଟଣଟି ବିହାରର ରାଜଧାନୀ ପାଟନାର ଫୁଲୱାରି ସରିଫ ଥାନା ଅଞ୍ଚଳରେ ଅବସ୍ଥିତ ପାଟନା ଏମ୍ସ ହଷ୍ଟେଲ ନମ୍ବର ୧୦ରେ ଘଟିଛି।ଯଦବେନ୍ଦ୍ର ଏଠାରେ ୫୧୫ ନମ୍ବର ରୁମରେ ରହୁଥିଲେ ।ପୋଲିସ ସୂଚନା ଅନୁଯାୟୀ, ଛାତ୍ର ଜଣକ ନିଜକୁ କୋଠରୀରେ ବନ୍ଦ କରି ରଖିଥିଲେ । ବହୁତ ସମୟ ପର୍ଯ୍ୟନ୍ତ କବାଟ ନ ଖୋଲିବାରୁ ସାଙ୍ଗମାନେ ସନ୍ଦେହ କରି ଏମ୍ସ ପ୍ରଶାସନକୁ ଜଣାଇଥିଲେ । ଏନେଇ ପୋଲିକୁ ଖବର ଦିଆଯାଇଥିଲା । ସୂଚନା ପାଇବା ମାତ୍ରେ ଫୁଲୱାରୀ ସରିଫ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ରୁମର କବାଟ ଭାଙ୍ଗି ଭିତରକୁ ପଶିଥିଲା । ରୁମ୍ ଭିତରେ ଛାତ୍ରଙ୍କ ମୃତଦେହ ମିଳିଥିଲା ।ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ବର୍ତ୍ତମାନ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ । ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହା ସହିତ, ଫୋରେନସିକ୍ ଟିମ୍କୁ ଡକାଯାଇଛି ଏବଂ କୋଠରୀରୁ ପ୍ରମାଣ ସଂଗ୍ରହ କରାଯାଉଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)


