ରାସନ୍ ଦୋକାନରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ
ଅନୁଗୋଳ ବଅଁରପାଳ ଥାନା ଅନ୍ତର୍ଗତ ଭୁଗବେରେଣି ଗ୍ରାମର ଜଣେ ମହିଳା କାଳୀ ବାଜରରେ ରାସନ୍ ଦୋକାନ ଦେଇଛନ୍ତି। ତେଣୁ ତାଙ୍କ ଦୋକାନରୁ ଚୋରି ହୋଇଥିବା ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ଖବର ଅନୁସାରେ ଭୁଗ ବେରେଣି ଗ୍ରାମର ଆରତୀ ନାଏକ (୪୮) କାଳୀ ବଜାର ନିକଟରେ ଗୋଟିଏ ରାସନ୍ ଦୋକାନ ଦେଇଛନ୍ତି। ଗତ କାଲି ସକାଳେ ଦୋକାନକୁ ଆସିବା ବେଳେ ଦେଖିବାକୁ ପାଇଲେ କି ଦୋକାନରୁ ସାମଗ୍ରୀ ଚୋରି ହୋଇଛି। ରାସନ୍ ଦୋକାନରୁ ଡାଲି, ଚାଉଳ, ଡବଲ ହରିଣ ସୋରିଷ ତେଲ, ଫ୍ରୁଡ଼ମ୍ ସୋରିଷ ତେଲ, ଫ୍ରିଦମ୍ ରିଫାଇନ ତେଲ, ଅଟା, ଅଣ୍ଡା ସହିତ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)


