ଜିଲ୍ଲା ଡ୍ରାମା କଳାକାର ମହାସଂଘ ର ଶପଥ ପାଠ ଉତ୍ସବ ଓ ରକ୍ତ ଦାନ ଶିବିର ଅନୁଷ୍ଠିତ

ଅନୁଗୋଳ:ଆଜି ଅନୁଗୋଳ ଜିଲ୍ଲା ଡ୍ରାମା କଳାକାର ମହାସଂଘ ର ଶପଥ ପାଠ ଉତ୍ସବ ଓ ରକ୍ତ ଦାନ ଶିବିର କୁଲାଡ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟଅତିଥି ଭାବରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଆଇନ ପରାମର୍ଶ ଦାତା ବାର କାଉନସିଲର ପୂର୍ବତନ ସଭାପତି ଦିଲ୍ଲୀପ ଦାସଙ୍କ ନେତୃତ୍ୱରେ ସଂଘର ପୂର୍ବରୁ ଚୟନ ହୋଇଥିବା ୨୨ ଜଣ କର୍ମକର୍ତ୍ତା ମାନେ ଶପଥ ପାଠ କରିଥିଲେ। ଏଥିରେ ମୁଖ୍ୟ ପରିଚାଳକ – ରବି ବିଶ୍ବାଳ, ସଭାପତି – ଦିବ୍ୟଜ୍ୟୋତି ସ୍ୱାଇଁ,ସମ୍ପାଦକ – ଆଶୋକ କୁମାର ଜ୍ୟୋତିଷ, କୋଷାଧ୍ୟକ୍ଷ – ପ୍ରିୟବ୍ରତ ପ୍ରଧାନ,ମିଡିଆ ସେଲ – ସଞ୍ଜୀବ କୁମାର ନାଥ, ଜିଲ୍ଲା ସଂଯୋଜକ – ଅପରାଜିତା ଷଡ଼ଙ୍ଗୀ,ଉପସ୍ଥାପକ – ଲକ୍ଷ୍ମଣ କୁମାର ସାମଲଙ୍କୁ ଚୟନ କରାଯାଇଥିଲା। ଏହା ସହିତ ହୋଇଥିବା ରକ୍ତ ଦାନ ଶିବିର ରେ ୩୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଅନୁଗୋଳରୁ ସୁଧାକର ସାହୁ



