( ଆଦିକବି ସାରଳା ଦାସ ଙ୍କ ୬00ତମ ଜୟନ୍ତୀ ଉପଲକ୍ଷେ ବୁଦ୍ଧିଜୀବୀ ପରିଷଦ ପକ୍ଷରୁ ଦୁଇ କୃତି ବରିଷ୍ଠ ଶିକ୍ଷାବିତ ଙ୍କୁ ବିପୁଳ ସମ୍ପର୍ଦ୍ଧନା )
ଜଗତସିଂହପୁର
ତା =20/7/25
ଜଗତସିଂହପୁର ଜ଼ିଲ୍ଲା ବୁଦ୍ଧିଜୀବୀ ପରିଷଦ ପକ୍ଷରୁ ବାଲିକୁଦା ଅଞ୍ଜିରା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶୁଦ୍ରମୁନି ସାରଳା ଦାସ ଙ୍କ
୬00 ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ବାଲିକୁଦା ବ୍ଲକ ସାରଳା ସଂସ୍କୃତ ମହାବିଦ୍ୟାଳୟ ର ଅଧକ୍ଷ୍ୟ ଡକ୍ଟର ଅଜୟ କୁମାର ମୁଦୁଲି ଏବଂ ପରିଚାଳନା କମିଟି ର ପୂର୍ବତନ ସଭାପତି ଶିକ୍ଷାବିତ କୈଳାସ ଚନ୍ଦ୍ର ବିଶ୍ୱାଳ ଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି | ଜ଼ିଲ୍ଲା ବୁଦ୍ଧିଜୀବୀ ପରିଷଦ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉଛବ ରେ ଶିକ୍ଷବିତ ପଦ୍ମଚରଣ ସ୍ୱାଇଁ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ପ୍ରଫେସର ଡକ୍ଟର ସୁନାମଣି ରାଉତ, ବରିଷ୍ଟ ପ୍ରଶାସନିକ ଅଧିକାରୀ ପ୍ରଫେସର ଡ଼ଃ ନିଖିଲେଶ ମହାନ୍ତି, ଶିକ୍ଷାବିତ ପ୍ରସାଦ ପ୍ରଶାନ୍ତ କୁମାର ପଟ୍ଟନାୟକ, ଡ଼ଃ ବୈଜୟନ୍ତୀ ମିଶ୍ର, କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ସମାଜସେବୀ ଦେବେନ୍ଦ୍ର ମଲ୍ଲିକ, ସେଂହମୟୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ |ଶିକ୍ଷାବିତ ସରୋଜ କାନ୍ତ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ | ସୌଦାମିନୀ ବିଶ୍ୱାଳ ସ୍ୱାଗତ ଭାଷଣ ଅର୍ପଣ କରିଥିଲେ | ଏହା ପରେ ସାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷ୍ୟ ଡକ୍ଟର ଅଜୟ କୁମାର ମୁଦୁଲି ଏବଂ ପରିଚାଳନା କମିଟି ପୂର୍ବତନ ସଭାପତି ଶିକ୍ଷାବିତ କୈଳାସ ଚନ୍ଦ୍ର ବିଶ୍ୱାଳ ଙ୍କୁ ବୁଦ୍ଧିଜୀବୀ ପରିଷଦ ପକ୍ଷରୁ ଉତ୍ତରୀୟ, ମାନପତ୍ର, ଉପଢୌକନ, ସ୍ମୁତି ଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା | ଏହି କାର୍ଯ୍ୟକ୍ରମ କୁ ଅଧ୍ୟାପକ ପ୍ରଶାନ୍ତ କୁମାର ଶତପଥୀ, ଅଶୋକ କୁମାର ସ୍ୱାଇଁ, ଶିକ୍ଷାବିତ ଗଗନ ବିହାରୀ ଶତପଥୀ, ଗନ୍ଧର୍ବ ଚରଣ ସାହୁ, ପ୍ରତାପ କୁମାର ରାଉତରାୟ, ନିରଞ୍ଜନ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ|
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

April 18, 2026/
No Comments


