ତାଳ ଗୋଟମା ରୋପଣ ସଚେତନତା ସଭା ଅନୁଷ୍ଠିତ

ଭଟଲି ୨୩/୭(ଅଭିମନ୍ୟୁ ପଧାନ): – ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ତାଳ ଗୋଟମା ରୋପଣ ସଚେତନତା ସଭା ୨୦୨୫ ଅନୁଷ୍ଠିତ ହୋଇଥିଲା। ଭଟଲି ଚକ୍ରବନ୍ଧ ନିକଟସ୍ଥ ସଂକୀର୍ତ୍ତନ୍ୟ ମଣ୍ଡଳୀ ପରିସରରେ ମୋତିଲାଲ ବନଛୋରଙ୍କ ଅଧ୍ୟକ୍ଷତାରେ ଭଟଲି ବନ ବିଭାଗ ଦ୍ୱାରା ଆୟୋଜିତ ଏହି ସଚେତନତା ସଭାରେ ପରିବେଶ ପ୍ରେମୀ ଦୟାନିଧି ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବର୍ତ୍ତମାନ ଯୁଗରେ ଆଧୁନିକୀକରଣ ଦ୍ୱାରା ହେଉଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ହେଉଥିବା ଧନ ଜୀବନ କ୍ଷତିକୁ କିପରି ମାତ୍ରାରେ ରୋକି ପାରିବା ସେ ବିଷୟରେ ସଚେତନ କରିଥିଲେ । ହେଉଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ବଜ୍ରପାତ ଅନନ୍ୟ ଅଟେ ଏହାକୁ ତାଳଗଛର ସୁରକ୍ଷା ସହ ତାଳ ଗୋଟମା ରୋପଣ ଦ୍ଵାରା ସମ୍ଭବପର ହୋଇ ପାରିବ ବୋଲି ବର୍ଣ୍ଣନା କରିଥିଲେ । ଏହି ଅବସରରେ ପରିବେଶ ପ୍ରେମୀ ନିଳକଣ୍ଠ ସା , ଅବସର ପ୍ରାପ୍ତ ଶିକ୍ଷକ ସୁଶିଳ ସାହୁ, ଉଛବ ଭୁଏ, ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ରହି ତାଳଗଛର ସୁରକ୍ଷା ତଥା ତାଳ ଗୋଟମା ରୋପଣ ଦ୍ୱାରା ବଜ୍ରପାତରୁ ରକ୍ଷା ପାଇ ପାରିବା ବୋଲି ମତପ୍ରକାଶ କରିଥିଲେ । ଏହି ସଭାକୁ ଭଟଲି ବନପାଳ ରାଜେନ୍ଦ୍ର କୁମାର ସିଂ ପରିଚାଳନା କରିଥିବା ବେଳେ ବନରକ୍ଷୀ କକୟା ବେସନ ସହଯୋଗ କରିଥିଲେ ଏବଂ ବହୁ ମାଁ ଭଉଣୀ ଯୋଗ ଦେଇ ଏହି ସଭାର ସାରମର୍ମ ହୃଦୟଙ୍ଗମ କରିଥିଲେ । ପରିଶେଷରେ ପ୍ରକୃତି ପ୍ରେମୀ ଉଚ୍ଛବ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-23-scaled.jpg)


