ସ୍ୱାସ୍ଥ୍ୟବିଭାଗ ଷ୍ଟାଣ୍ଡିଙ୍ଗ କମିଟି ଦିନିକିଆ ତାଳଚେର ଗସ୍ତ
ତାଳଚେର, ୨୪/୦୭ ଆଜି ସ୍ୱାସ୍ଥ୍ୟବିଭାଗ ଷ୍ଟାଣ୍ଡିଙ୍ଗ କମିଟି ତାଳଚେର ଗସ୍ତରେ ଆସିଥିଲେ । କମିଟି ତାଳଚେର ମଣ୍ଡାପାଳ ଡ଼ାକ୍ତରଖାନାରେ ପଂହଚି ରୋଗୀସଂଖ୍ୟା ଦେଖିବା ସହ ଡ଼ାକ୍ତର ଅଭାବ, ଭିତିଭୂମି ଓ ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇଥିଲେ । ଏହାପରେ ସେ ପବିତ୍ର ମୋହନ ମେଡ଼ିକାଲ କଲେଜକୁ ଯାଇ ଅବସ୍ଥା କିପରି ଅଛି ପରିଦର୍ଶନ କରିଥିଲେ । ଏହି ମେଡ଼ିକାଲ କଲେଜଟି ଶିଘ୍ର ଚାଲୁହେବ, କେଉଁକେଉଁ ସରଞ୍ଜାମ ଆବଶ୍ୟକ ଓ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ସରକାରଙ୍କୁ ଜଣାଇବେ ବୋଲି ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ତଥା ପର୍ଜଙ୍ଗ ବିଧାୟକ ଏହା ପ୍ରକାଶ କରିଥିଲେ । ପ୍ରକାଶ ଥାଉକି, ଏହି ମେଡ଼ିକାଲ କଲେଜଟି ଏମସିଏଲ ପକ୍ଷରୁ ପ୍ରାୟ ୧୬ଶହ କୋଟି ଟଙ୍କା ଏହାର ନିର୍ମାଣ ଓ ୫ବର୍ଷ ପାଇଁ ଆନୁସାଙ୍ଗିକ ଖର୍ଚ୍ଚ ସିଏସଆର ଅର୍ଥରୁ କରାଯାଇଥିଲେ ହେଁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବେ କାର୍ଯ୍ୟକ୍ଷମ ହୋଇ ପାରିନଥିବାରୁ ଅଂଚଳବାସୀଙ୍କ ମନରେ ଏହାକୁ ନେଇ ଦ୍ୱନ୍ଦ ଉପୁଜିବା ସହ ଏହା କେବେ କାର୍ଯ୍ୟକ୍ଷମ ହେବାନେଇ ଆଶା ଆଶାଙ୍କା ଦେଖାଦେଇଛି । ବିଭିନ୍ନ ସରକାରୀ ଡ଼ାକ୍ତରଖାନାରୁ ମାତ୍ର ପିରିଓଡ଼ିକାଲ୍ ଭାବେ ୨୮ଜଣ ଡ଼ାକ୍ତରଙ୍କୁ ମେଡ଼ିକାଲ କଲେଜରେ ନିଯୁକ୍ତି ମିଳିଥିବା ବେଳେ ଆବଶ୍ୟକ ଡ଼ାକ୍ତର ନଥିବାରୁ ରୋଗୀମାନେ ସେଠାରୁ ମୁହଁ ଫେରାଇ ନେଉଛନ୍ତି ବୋଲି ଅଭିଯୋଗ ହେଉଛି । ଏହାକୁ ନେଇ ଆଜି ଘଂଟାପଡ଼ା ପଂଚାୟତବାସୀଙ୍କ ପକ୍ଷରୁ ଉକ୍ତ ମେଡ଼ିକାଳକୁ ଆମ୍ବୁଲାନ୍ସ ସେବା ଯୋଗାଇଦେବା, ସାପ କାମୁଡ଼ା, କୁକୁର କାମୁଡ଼ା ଓ ସ୍ୱତନ୍ତ୍ରଭାବେ ଡ଼େଙ୍ଗୁ ୱାର୍ଡ଼ କରିବା ନେଇ ଷ୍ଟାଣ୍ଡିଙ୍ଗ କମିଟିକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ୧୩ଜଣିଆ ଷ୍ଟାଣ୍ଡିଙ୍ଗ କମିଟିରେ ଜଏଂଟ ସେକ୍ରାଟାରୀ ବିଦ୍ୟାଧର ମାଝୀ, ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ତଥା ପର୍ଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ବିଧାୟିକା ପ୍ରମିଳା ମଲ୍ଲୀକ, ସୀମାରାଣୀ ନାଏକ, ପ୍ରଶାନ୍ତ ବେହେରା, ଉମାଶାଙ୍କର ମଲ୍ଲୀକ, ପ୍ରକାଶ ଚନ୍ଦ୍ର ସେଠୀ, ହିମାଂଶୁ ମୋହନ ନାଏକ, ଗୌତମବୁଦ୍ଧ ଦାସ, ରୂପେଶ ପାଣିଗ୍ରାହୀ, ସତ୍ୟଜିତ୍ ଗମାଙ୍ଗ, ବିଜୟ ଦଳବେହେରା ଓ ଅନୁଗୋଳ ଜିଲ୍ଳାପାଳ ପ୍ରମୁଖ ଦିନିକିଆ ଗସ୍ତରେ ଆସି ପରିଦର୍ଶନ କରି ଫେରି ଯାଇଥିବା ଜଣାପଡ଼ିଛି ।



