ଅଟଳ ଚାରିଟେବୁଲ୍ ଟ୍ରଷ୍ଟ ଦ୍ଵାରା ଭୁକ୍ତା ବାଳିକା ଉଚ୍ଚ ବିଦ୍ୟାଳୟରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ


ଭଟଲି(ଅଭିମନ୍ୟୁ ପଧାନ) :- ବରଗଡ ଜିଲ୍ଲା ଅନ୍ତର୍ଗତ ଅମ୍ବାଭୋନା ବ୍ଳକ୍ ର ପଞ୍ଚାୟତ ବାଳିକା ଉଚ୍ଚ ବିଦ୍ୟାଳୟ , ଭୁକ୍ତା ରେ ଅଟଳ ଚାରିଟେବୁଲ୍ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଶିବାଜୀ ପଟେଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଅଟଳ ଚାରିଟେବୁଲ୍ ଟ୍ରଷ୍ଟ ର ସମସ୍ତ ସଭ୍ୟଙ୍କ ସହଯୋଗ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସାହୁ,ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରୀ ଓ ଅଟଳ ଚାରିଟେବୁଲ୍ ଟ୍ରଷ୍ଟ ଭୁକ୍ତା ର ସମସ୍ତ ସକ୍ରୀୟ ସଭ୍ୟ ଙ୍କ ସହଯୋଗ ରେ ବୃକ୍ଷ ରୋପଣ କରାଯାଇଥିଲା। ଜନସାଧାରଣଙ୍କ ଅଭାବ ଅସୁବିଧା ସମୟରେ ସହଯୋଗ କରିବା, ଛାତ୍ରଛାତ୍ରୀ ଙ୍କ ଉଚ୍ଚ ଶିକ୍ଷା ପାଇଁ ଶିକ୍ଷା ସହାୟତା ତଥା ସମସ୍ତଙ୍କୁ ସହଯୋଗ ର ହାତ ବଢ଼ାଇ ଆସୁଥିବା ରୁ ଅଟଳ ଚାରିଟେବୁଲ୍ ଟ୍ରଷ୍ଟ ଏକ ଅଗ୍ରଣୀ ଭୂମିକା ନିଭାଉଛି। ନିକଟରେ ରାଜ୍ୟ ସ୍ତରରେ ଅଟଳ ପରିବାର ଭୁବନେଶ୍ୱର ଠାରେ ସେବା ରତ୍ନ ସମ୍ମାନ ପାଇଥିବାରୁ ଟ୍ରଷ୍ଟ ର କର୍ମକର୍ତ୍ତା ମାନଙ୍କ ମନରେ ସହଯୋଗ ଭାବନା ଦ୍ଵିଗୁଣିତ ହୋଇଯାଇଛି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ବରଗଡ ସଂଘମିତ୍ରା ଗ୍ରୁପ ର ପ୍ରତିଷ୍ଠାତା ଶ୍ରୀମତୀ ସଂଘମିତ୍ରା ପଟେଲ ବରଗଡ ରୁ ନିଜର ସହଯୋଗୀ ସମାଜସେବୀ ଶ୍ରୀମତୀ ଅନୁପମା ଭୋଇ ଙ୍କ ସହିତ ଆସି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ପାରିଶ୍ରମିକ ସହଯୋଗ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଅଟଳ ପରିବାର ର ସଭାପତି ଶ୍ରୀ ପଟେଲ ଙ୍କ ନେତୃତ୍ୱ ରେ ପାଞ୍ଚ ଶହ ରୁ ଅଧିକ ଚାରା ଯଥା ଲିମ୍ବ, ଜାମୁ, କରଞ୍ଜ, ଅଁଳା, ନୀଳଗିରି ଆଦି ଗଛ ଚାରା ଲଗେଇ ସମସ୍ତ ସମାଜ ପାଇଁ ଅଟଳ ଚାରିଟେବୁଲ ଟ୍ରଷ୍ଟ ଏକ ଅଗ୍ରଣୀ ଭୂମିକା ନିଭାଇ ଉଦାହରଣ ସୃଷ୍ଟି କରିଛି।ଟ୍ରଷ୍ଟ ର ସମସ୍ତ ସକ୍ରିୟ ସଭ୍ୟ କୋଦାଳ, ଫାଉଡ଼ା ଧରି ବିଦ୍ୟାଳୟ ର ଖେଳ ପଡିଆ ପାଚେରୀ କଡ଼ ରେ ଖାଲି ଥିବା ସ୍ଥାନ ରେ ଗାତ ଖୋଲି ଚାରା ରୋପଣ କରିଥିଲେ। ଗଛ ସବୁ ବଡ଼ ହେଲେ ସମସ୍ତ ଙ୍କୁ ଖରା ଦିନରେ ଛାଇ ଓ ବିଶୁଦ୍ଧ ପବନ ମିଳିପାରିବ ବୋଲି ଟ୍ରଷ୍ଟ ର ସଭାପତି ଶ୍ରୀ ପଟେଲ ଛାତ୍ରୀ ମାନଙ୍କୁ ବୁଝାଇଥିଲେ।



