ଜାମଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଦନା ସଭା

ବରଗଡ:୩୧/୭(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବ୍ଲକ ଅଧିନ ରେ ଥିବା ଜାମଟିକ୍ରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଭୁଏଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଦନା ସଭା ଅନୁଷ୍ଠିତ ହୋଇଯାଇଛି |ପରିଚାଳନା କମିଟିର ସଭାପତି ଦିବାକର ତ୍ରିପାଠୀ ଙ୍କ ସଭାପତିତ୍ବରେ ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାଷ ନାଏକ ,ସମ୍ମାନୀତ ଅତିଥି ଭାବେ ବୁଗବୁଗା କ୍ଲଷ୍ଟର ସିଆରସିସି ନନ୍ଦିଘୋଷ ଭୁଏ ,କିଶୋର ପ୍ରଧାନ ,ସିଆରସିସି ଧରମ ନାଏକ ଯୋଗଦେଇଥିଲେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସିଆରସିସି ରଂଜନ ନାଏକ | ଛାତ୍ରଛାତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟସଦସ୍ୟା ,ଶିକ୍ଷକ ବୃନ୍ଦ ଉପଢୌକନ ବିଦାୟି ଶିକ୍ଷକ ସନ୍ତୋଷ କୁମାର ଭୁଏଙ୍କୁ ସମ୍ବର୍ଦ୍ଦନା ପ୍ରଦାନ କରିଥିଲେ |ଶେଷରେ ଗୁପ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ |




