ହିନ୍ଦୋଳରେ ପୁଣି ଦନ୍ତା ହାତୀର ତାଣ୍ଡବ ଗୋଟିଏ ଦିନରେ ନେଲା ତିନି ଜଣଙ୍କ ଜୀବନ

ହିନ୍ଦୋଳ :31/07/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ନୂଆବଗ ଗ୍ରାମ ପଞ୍ଚାୟତର ବାଘଧରିଆ ଗ୍ରାମରେ ଆଜି ସକାଳ ସମୟରେ ଗ୍ରାମ ଭିତରେ ଦନ୍ତା ହାତୀ ପଶି ତିନି ଜଣଙ୍କୁ ଆକ୍ରମଣ କରିଥିଲା ବୋଲି ଜଣାପଡିଛି, ସେଥି ମଧ୍ୟରୁ ଜଣେ ପୁରୁଷ ଓ ଦୁଇଜଣ ମହିଳା। ପୁରୁଷ ବ୍ୟକ୍ତି ଜଣଙ୍କ ନାମ କରୁଣାକର ଦେହୁରୀ 65ବର୍ଷ, ମହିଳା ଦୁଇଜଣ ହେଲେ ଝୁଲଣ ଦେହୁରୀ 55ବର୍ଷ ଓ ଶଶୀ ସାହୁ 70ବର୍ଷ ବୋଲି ଜଣାପଡିଛି।

ହାତୀ ଆକ୍ରମଣ ର ଶିକାର ହୋଇଥିବା ଏହି ତିନି ଜଣଙ୍କ ମଧ୍ୟରୁ କରୁଣାକର ଦେହୁରୀ ଓ ଝୁଲଣ ଦେହୁରୀଙ୍କର ହାତୀମାରିଥିବା ଜାଗାରେ ହିଁ ପ୍ରାଣ ଚାଲିଯାଇଥିଲା, ଏବଂ ଶଶୀ ସାହୁ ଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବାବେଳେ, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ମର୍ମାହତ ଦୁଃଖ ଦାୟକ ଘଟଣା ରେ ବାଘଧରିଆ ଗ୍ରାମର ଶତାଧିକ ଲୋକ ଉତ୍ୟକ୍ତ ହୋଇ ଦୁଇ ମରଶରୀରକୁ ନିକଟସ୍ଥ ସତମାଇଲ ବଜାର ଚାରିଛକଠରେ ରଖିକରି ରାସ୍ତା ରୋକ କରିଥିଲେ, ଯାହାଫଳରେ ଯାତାୟତ ଦୀର୍ଘ ସମୟଧରି ପୁରା ଠପ ହୋଇଯାଇଥିଲା। ଏହି ଖବର ପାଇ ତୁରନ୍ତ ସେହି ସ୍ଥାନରେ ଫୋରେଷ୍ଟର ଲୁଶିମିତା ସିଂ ଓ ରେଞ୍ଜର ଗୌତମ ପ୍ରଧାନ ସଦଳବଳେ ପହଂଚି ହାତୀ ଘଉଡ଼ାଇବାପାଇଁ ଉଦ୍ୟମ କରିବାସହିତ ମୃତ ବ୍ୟକ୍ତି ଙ୍କ ପରିବାରକୁ ସାନ୍ତ୍ୱନା ଦେବା ସମୟରେ ଉତ୍ୟକ୍ତ ଲୋକଙ୍କ ରୋଷର ଶିକାର ହୋଇଥିଲେ, ଏବଂ ପରେ ପରେ ସାତମାଇଲ ଛକ ଠାରେ ହିନ୍ଦୋଳ SDPO ସତ୍ୟ କୁମାର ନନ୍ଦ, ହିନ୍ଦୋଳ ଥାନା ଅଧିକାରିଣୀ ଚାରୁଲତା ବେହେରା ପହଂଚି ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିବା ବେଳେ ଉତ୍ୟକ୍ତ ଗ୍ରାମବାସୀ ସ୍ଥାୟୀ ସମାଧାନ ପାଇଁ ଅଡ଼ି ବସିଥିଲେ,ତେଣୁ ସେଠାରେ ହିନ୍ଦୋଳ ଉପଜିଲ୍ଲାପାଳ ଓ ତହସିଲଦାର ପହଂଚି ସ୍ଥାୟୀ ସମାଧାନ ପାଇଁ ପ୍ରତିଶୃତି ଦେଇ, ରେଡ଼କ୍ରସ ବାବଦକୁ 10000(ଦଶ ହଜାର )ଟଙ୍କା ଲେଖାଏଁ ପ୍ରତି ମୃତ ପରିବାର କୁ ପ୍ରଦାନ କଲେ। ଏହାପରେ ମୃତ ବ୍ୟକ୍ତିଙ୍କୁ ଶବ ବ୍ୟବଚ୍ଛଦ ପାଇଁ ହିନ୍ଦୋଳ କୁ ପଠାଇବାର ବ୍ୟବସ୍ଥା କରାଗଲା।

ହିନ୍ଦୋଳରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ



