ଭୂବନେଶ୍ୱର, ୦୨/୦୮ : ରାଜ୍ୟ କ୍ୟାବିନେଟ୍ ୪ ବିଭାଗର ୫ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ । ଜଳସେଚନ ବିଭାଗର ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନାକୁ କ୍ୟାବିନେଟ ଅନୁମୋଦନ । ୩୫୨୯ ଆଡ଼ିବନ୍ଧ ପୁନରୁଦ୍ଧାର କରାଯିବ । ୨୦୨୫-୨୦୨୬ ରୁ ୨୦୨୯-୩୦ ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ବ୍ୟୟ ହେବ ହେବ ୨ ହଜାର ୭୩୮ କୋଟି ଟଙ୍କା । ୫୭ ହଜାର ୫୨୫ ୫୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ସହ ୪୧ ହଜାର ୭୨୫ ହେକ୍ଟର ଜମିକୁ ପୁନଃ ବ୍ୟବସ୍ଥା କରାଯିବ ।
ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୬ ସଂଶୋଧନ କରାଯାଇଛି । ୧ କୋଟି ପର୍ଯ୍ୟନ୍ତ ପ୍ରକଳ୍ପର ଇନସେନ୍ତିଭ ପାଇଁ ଜିଲ୍ଲା ପ୍ରଶାସନ ଅନୁମତି ଦେଇ ପାରିବେ । ୧ କୋଟି ରୁ ୧୦ କୋଟି ପର୍ଯ୍ୟନ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସ୍ତରରେ ଓ ୧୦ କୋଟି ରୁ ୫୦ କୋଟି ପ୍ରକଳ୍ପ ପାଇଁ msme ସଚିବଙ୍କ ଅନୁମତି ଆବଶ୍ୟକ ପଡ଼ିବ । ଓଡ଼ିଶା ଦ୍ରବ୍ୟର ସେବା ଅଧିନିୟମ ସଂଶୋଧନ । ଟ୍ୟାକ୍ସ ପେୟରଙ୍କୁ ଅଧିକ ସୁବିଧା ପାଇଁ ଉଦ୍ୟମ ।ଭାରତୀୟ ନ୍ୟାୟ ସଂହିତା, ୨୦୨୩; ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧୁନିୟମ, ଭଳି ୩ ନୂଆ ଆଇନ ଅନୁସାରେ ଯାହା ସଂଶୋଧନ ଆବଶ୍ୟକ ଥିଲା କରାଯାଇଛି । ଓଡ଼ିଶା ଜିଲ୍ଲା ଏବଂ ସିଭିଲ କୋର୍ଟର ନ୍ୟାୟିକ କର୍ମଚାରୀ ସେବା ନିୟମାବଳୀ, ୨୦୦୮ ର ସଂଶୋଧନ କରାଯାଇଛି । ଓଡ଼ିଶା ଲ’ ଅଫିସର୍ସ ନିୟମାବଳୀ, ୧୯୭୧ ସଂଶୋଧନ କରାଯାଇଛି । ରାଜ୍ୟରେ ପଡ଼ି ରହିଥିବା ମାମଲା ଗୁଡିକର ଭାର କମିବା ସହ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇ ପାରିବ । ଏହା ସହ ଜିଲ୍ଲା ମୁଖ୍ୟାଳୟ କୋର୍ଟ ଓ ଏହା ଅଧିନସ୍ତ ଅଫିସରେ ଲ ଅଫିସର ନିଯୁକ୍ତ କରାଯିବ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-29-scaled.jpg)

