ପୁଷ୍କରା’ ଫିଲ୍ମ,ସେପ୍ଟେମ୍ୱର ୧୯ରେ ରିଲିଜ ହୋଇଥିଲା ଏହି ଫିଲ୍ମ । ଶଙ୍କର ତ୍ରିପାଠୀଙ୍କ ରଚିତ ଓଡ଼ିଆ ଉପନ୍ୟାସ ‘ନାଦ ବିନ୍ଦୁ’ରୁ ପ୍ରସ୍ତୁତ ହୋଇଛି ଚଳଚିତ୍ର ପୁଷ୍କରା । ଏହି ଫିଲ୍ମର କାହାଣୀ ଏବଂ ସଂଳାପ ମଧ୍ୟ ଶଙ୍କର ତ୍ରିପାଠୀ ଲେଖିଥିବା ବେଳେ ଶୁଭ୍ରାଂଶୁ ଦାସ ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମରେ ଅନେକ ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର, ଅଭିନେତ୍ରୀ ସୁପ୍ରିୟା ନାୟକ, ବିକାଶ ଚୌଧୁରୀ, ସ୍ବର୍ଗତ ଅଭିନେତା ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡାଙ୍କ ସମେତ ଅନେକ କଳାକାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
ଏହି ଫିଲ୍ମ ଲୋକଙ୍କ ମନ ଜିତିବା ସହ ପ୍ରଶଂସା ସାଉଁଟିଥିଲା । ବର୍ତ୍ତମାନ ଏହି ଫିଲ୍ମ ୭୧ତମ ଜାତୀୟ ଫିଲ୍ମ l ଏଥିରେ ଅନେକ ଫିଲ୍ମ ଇଣ୍ଡଷ୍ଟ୍ରିର ତମାମ ଅଭିନେତା, ଅଭିନେତ୍ରୀ ଏବଂ ଫିଲ୍ମକୁ ପୁରସ୍କାର ମିଳିଥିବା ବେଳେ ଓଲିଉଡର ନାଁ ମଧ୍ୟ ସାମିଲ ହୋଇଛି । ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ‘ପୁଷ୍କରା’କୁ ଜାତୀୟ ପୁରସ୍କାର । ସେହିପରି ‘ଦ ସି ଆଣ୍ଡ ସେଭନ ଭିଲେଜେସ୍’ ଓ ‘ମୋ ବୋଉ, ମୋ ଗାଁ’ ନାଁ ବି ମନୋନୀତ ହୋଇଛି । ‘ଦ ସି ଆଣ୍ଡ ସେଭନ ଭିଲେଜେସ୍’ ନନ ଫିଚର ଫିଲ୍ମରେ ମନୋନୀତ ହୋଇଥିବା ବେଳେ ‘ମୋ ବୋଉ, ମୋ ଗାଁ’ ପାଇଁ ପାଇବ ଜାତୀୟ ପୁରସ୍କାର । ଏଥିସହ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ଜୁରୀ ସଦସ୍ୟା ଭାବେ ଜାତୀୟ ପୁରସ୍କାର ପାଇବେ । ଯାହା ଓଡ଼ିଶା ଏବଂ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଗର୍ବର ବିଷୟ ।



