କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ସାମ୍ବାଦିକ ସମ୍ମିଳନୀ
ଢେଙ୍କାନାଳ, ୬/୮: ଢେଙ୍କାନାଳ କୁଞ୍ଜକାନ୍ତ ଠାରେ ଅଧ୍ୟାପକ ଓ କର୍ମଚାରୀ ସଂଘ (ଓଏସ୍ଏନ୍ଏଲ୍ଇଏ), ରାଜ୍ୟ ବେସରକାରୀ ସଂଘର ସଭାପତି ବିଶ୍ବ ରଞ୍ଜନ ଦାସଙ୍କ ଆହ୍ୱାନ କ୍ରମେ ଢେଙ୍କାନାଳ ଜିଲ୍ଲା ପକ୍ଷରୁ, କାର୍ଯ୍ୟବନ୍ଦ ଆନ୍ଦୋଳ ପାଇଁ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି । ସଂଘର ଏକମାତ୍ର ନ୍ୟାର୍ଯ୍ୟ ଦାବୀ ରାଜ୍ୟର ବିଭିନ୍ନ ଅନୁଦାନ ପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ୨୦୦୮ ଜୁନ୍ ୧ ଠାରୁ ୨୦୧୮ ଜୁନ୍ ୧ ତାରିଖ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର ଅନୁଦାନ ପରିସରଭୁକ୍ତ କରନ୍ତୁ । ଦୀର୍ଘ ବର୍ଷ ଧରି ଏହି ବର୍ଗର ଅଧ୍ୟାପକମାନେ ସରକାରଙ୍କ ୧୫ଶହ ଅଣଅନୁଦାନ ପ୍ରାପ୍ତ କଲେଜ୍ ଗୁଡିକରେ କାର୍ଯ୍ୟ କରିଆସୁଛନ୍ତି । କିନ୍ତୁ ୧୭ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ସରକାର ସେମାନଙ୍କ ଦାବୀକୁ ଚିନ୍ତାକଲେ ନାହିଁ । ଫଳସ୍ବରୂପ ଅଧ୍ୟାପକ ଓ କର୍ମଚାରୀମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପାଇଁ ସାମ୍ବାଦିକ ସମ୍ମିଳନୀ ମାଧ୍ଯମରେ ସରକାର ମହୋଦୟଙ୍କୁ ଅବଗରାଇ, ନ୍ୟାର୍ଯ୍ୟ ଦାବୀ ନିର୍ମିତ ସାମ୍ବାଦିକ ସମ୍ମିଳନୀ, କାର୍ଯ୍ୟବନ୍ଦ ଆନ୍ଦୋଳନ ଇତ୍ୟାଦି ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି । ସରକାର ମହୋଦୟ ଦାବୀ ପୂରଣ ପାଇଁ ଟାଳଟୁଳ ନୀତି ଅବଲମ୍ବନ କଲେ ଆଗାମୀ ଦିନରେ ଭୁବନେଶ୍ଵର ରାଜମାର୍ଗରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ସଂଘ ବାଧ ହେବ । ଏହାଦ୍ୱାରା ଯେଉଁ ଶୈକ୍ଷିକ ପରିବେଶ ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ । ଆଜିର କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ସଂଯୋଜକ ପ୍ରଦୀପ କୁମାର ମାଝୀ, ଖଣ୍ଡ ସଂଯୋଜକ ସୁନିଲ୍ କୁମାର ଦାସ, ସୁଧାଂଶୁ ଶେଖର ଓଝା, ଆଶିଶ୍ କୁମାର ପଣ୍ଡା, ସତ୍ୟବ୍ରତ ପାଳ ଏବଂ ମୂରଲୀଧର ରଣା ଇତ୍ୟାଦି କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।



