ଗୋଲାମୁଣ୍ଡା ପଞ୍ଚାୟତରେ ସରପଞ୍ଚଙ୍କ ଆନୁକୁଲ୍ୟରେ ନିଶୁଳ୍କ ସ୍ୱାସ୍ଥ୍ୟପରୀକ୍ଷା, ଶିବିର ଆୟୋଜନ
ଗୋଲାମୁଣ୍ଡା/୭/୭/୨୫/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପଞ୍ଚାୟତରେ ସରପଞ୍ଚ ପୁରୁଷୋତ୍ତମ ରାଉତ ଙ୍କ ଆନୁକୁଲ୍ୟରେ ନିଃଶୁଳ୍କ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ସେବା ଅନୁଷ୍ଠିତ ହୋଇଥିଲା, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ କଳାହାଣ୍ଡି ଜିଲ୍ଲା ରାଜ୍ଯ ସଭା ସାଂସଦ ଶ୍ରୀ ଯୁକ୍ତ ସୁଜିତ୍ କୁମାର ସେଠ୍ ଙ୍କ ନିର୍ଦେଶ କ୍ରମେ ଆଜି ଗୋଲାମୁଣ୍ଡା ପଞ୍ଚାୟତରେ ଓ ସରପଞ୍ଚ ପୁରୁଷୋତ୍ତମ ରାଉତ ଙ୍କ ଉପସ୍ଥିତିରେ ଗ୍ରାମ୍ୟ ପଞ୍ଚାୟତ ଅଧିନରେ ଥିବା ଅନେକ ସଧାରଣ ଲୋକେ ଆସି ସ୍ଵାସ୍ଥ୍ୟ ପରୀକ୍ଷା ହୋଇ ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା, ଏହି ସ୍ଵାସ୍ଥ୍ୟ ପରୀକ୍ଷା ନିଃଶୁଳ୍କ ସେବା ଭାବରେ ପରୀକ୍ଷା ନିରୀକ୍ଷା ହୋଈ ଥିଲା, ଯାହାକି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବହୁ ସଂଖ୍ୟକ ଭାବେ ପୁରୁଷ ଓ ମହିଳା ମାନେ ଆସି ସ୍ଵାସ୍ଥ୍ୟ ପରୀକ୍ଷା କରି ଥିବା ବେଳେ ଅନ୍ୟାନ ଗ୍ରାମର ଲୋକେ ମଧ୍ୟ ସ୍ଵାସ୍ଥ୍ୟ ପରୀକ୍ଷା କରି ଥିବା ରୁ ଗୋଲାମୁଣ୍ଡା ବ୍ଲକ ଜନ କଲ୍ୟାଣ ସାମ୍ବାଦିକ ସଂଘର ସମସ୍ତ କର୍ମକର୍ତ୍ତା ଙ୍କ ଉପସ୍ଥିତିରେ ସଭାପତି ରାମ କୁମାର ସେନାପତି, ଉପ ସଭାପତି ପୀତାମ୍ବର ବେହେରା, ମଧ୍ୟ ଉକ୍ତ ସ୍ଵାସ୍ଥ୍ୟ ପରୀକ୍ଷା କରି ଥିଲେ, ଏହି ପରୀପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ପକ୍ଷରୁ ସ୍ଵାସ୍ଥ୍ୟ ପରୀକ୍ଷା ନିରୀକ୍ଷା ଭାବରେ ଆସି ଥିବା କର୍ମଚାରୀଙ୍କ ଠାରୁ ପରାମର୍ଶ ନେଇ ଥିଲୁ ଯେ ରାଜ୍ଯ ସଭା ସାଂସଦ ଶ୍ରୀ ଯୁକ୍ତ ସୁଜିତ କୁମାର ସେଠ ଙ୍କ ନିର୍ଦେଶ କ୍ରମେ ଓ ଭାରତ ପେଟ୍ରୋଲିୟମ୍ କର୍ପୋରେସନ, ଲିମିଟେଡ ପକ୍ଷରୁ ବିନା ନିଶୁଳ୍କ ସ୍ୱାସ୍ଥ୍ୟ ସେବା ପରୀକ୍ଷା ନିରୀକ୍ଷା କରା ଯାଉଛି , ଏହି ସେବାରେ ଫିଙ୍ଗରପ୍ରିଣ୍ଟ ମାଧ୍ୟମରେ, ଲିଭର୍, କିଡନୀ, ବ୍ଲଡ, ସୁଗର ଓ ଅକ୍ସିଯେନ୍ ଲିଭର ବୋଲି ପାଞ୍ଚଟି ରୋଗର ଲକ୍ଷଣ ଜଣା ପଡି ଥାଏ ମନୀଷ କୁମାର ସାହୁ ପ୍ରତିକ୍ରିୟାରେ ପ୍ରକାଶ କରି ଥିଲେ ତତ୍ ସହିତ ସରପଞ୍ଚ ପୁରୁଷୋତ୍ତମ ରାଉତ ମଧ୍ଯ ତାଙ୍କର ମତ ପ୍ରକାଶ କରି ଥିବା ବେଳେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ବିଶାଖା ହରିଜନ ଙ୍କ ମଧ୍ୟ ମତା ମତ ପ୍ରଦାନ କରି ଶ୍ରୀ ଯୁକ୍ତ ସୁଜିତ୍ କୁମାର ସେଠ ଙ୍କୁ ଧନ୍ୟବାଦ୍ ଜଣାଇ ଥିଲେ,,ଏହି ଅବସରରେ ସ୍ଵାସ୍ଥ୍ୟ ପରୀକ୍ଷାରେ ଆସି ଥିବା ବ୍ୟକ୍ତିଗଣ ସାଂସଦ ଶ୍ରୀ ଯୁକ୍ତ ସୁଜିତ କୁମାର ସେଠ ଙ୍କୁ ଓ ସରପଞ୍ଚ ମହୋଦୟ ଙ୍କୁ ବିଶେଷ ବିଶେଷ ଧନ୍ୟବାଦ୍ ଜ୍ଞାପନ ଜଣାଇ ଥିଲେ, ଏ ନେଇ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସହଦେବ ଭଇଁସାଲ, ୱାର୍ଡ଼ ମେମ୍ବର ନୀଳାମ୍ବର ବାଗ, କିରଣ, ରାଜେଶ ବିଶି, ସନୁବିଶି ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟର ହାତ ବଢ଼ାଇ ଥିଲେ।କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ରାତିନିଧି କପୁରଚନ ସେଠିଆ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ



