ଗବେଷକ ବିଭୂତି ସାହୁଙ୍କ ବିୟୋଗରେ ସାହିତ୍ୟଘରର ଶୋକସଭା
ତାଳଚେର, ୦୭/୦୮ ତାଳଚେର ବ୍ଲକ ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘରର ସଭାପତି ଗବେଷକ ବିଭୂତି ଭୂଷଣ ସାହୁଙ୍କର ଅକାଳ ବିୟୋଗ ଗତ ଶନିବାର ଦିନ ହୋଇଥିଲା । ଏହି ଅବସରରେ ସାଉଥବଲଣ୍ଡାସ୍ଥିତ ଆଇଏନଟିୟୁସି କାର୍ଯ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସାହିତ୍ୟ ଘରର ଉପସଭାପତି କବୟତ୍ରୀ ଅନୀତା ପାଣି ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବରେ ବରିଷ୍ଠ ଶ୍ରମିକନେତା ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ଶିକ୍ଷାବିତ୍ ଡ.ପ୍ରଶାନ୍ତ କୁମାର ରଥ, ସାହିତ୍ୟ ଘରର ବରିଷ୍ଠ ଉପଦେଷ୍ଠା ଦିଗାମ୍ବର ଗଡ଼ନାୟକ, ବର୍ଣ୍ଣାଳୀ ସାହିତ୍ୟ ସଂସଦର ସଭାପତି ଆଇନଜିବୀ ଯଦୁମଣି ସାହୁ, ବରିଷ୍ଠ ଖଣି ଅଧିକାରୀ ସାହିତ୍ୟିକ ଇଂ.ଦୀନେଶ ମାଲୀ ଓ ସମାଜସେବୀ କ୍ଷୀରୋଦ ସାହୁ ପ୍ରମୁଖ ଯେ।।ଗ ଦେଇଥିଲେ । ଏହି ଅବସରରେ ଉପସ୍ଥିତ ସଦସ୍ୟ,ସଦସ୍ୟାମାନେ ସ୍ୱର୍ଗତ ସାହୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଗବେଷକ ବିଭୂତି ସାହୁ ଜଣେ ସରଳ, କର୍ମଠ, ମିଷ୍ଟଭାଷୀ ବ୍ୟକ୍ତି ଭାବରେ ସେ ତାଳଚେର ଉପଖଣ୍ଡରେ ପରିଚିତ ଥିଲେ । ତାଳଚେର କୋଇଲା ଖଣିର ଇତିହାସ ସହ ତାଳଚେରର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ବୌଦ୍ଧକୀର୍ତ୍ତି ଆବିଷ୍କାର କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହାସହିତ ସେ ଜଣେ ଦକ୍ଷ ସଂଗଠକ, ଲେଖକ ଓ ଅନୁବାଦକ ଭାବରେ ପ୍ରସିଦ୍ଧ ଲାଭ କରିଥିଲେ । ତାଙ୍କର ଅକାଳ ବିୟୋଗରେ ତାଳଚେର ତାର ଏକ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସାହିତ୍ୟ ଘରର ଯୁଗ୍ମ ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ, ତ୍ରେତାନନ୍ଦ ସାମନ୍ତ, ଅରୁଣ କୁମାର ଗଡ଼ନାୟକ, ମାନସ କୁମାର ନନ୍ଦ, ସୁନୀଲ କୁମାର ପ୍ରଧାନ, ଗାଳ୍ପିକା ରୀନାରାଣୀ ରାଉତରାୟ ପ୍ରମୁଖ ସ୍ୱର୍ଗତ ଶ୍ରୀ ସାହୁଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିଥିଲେ । କାର୍ଯ୍ୟକ୍ରମକୁ ସାହିତ୍ୟ ଘରର ସମ୍ପାଦକ ତ୍ରିନାଥ ସାହୁ ପରିଚାଳନା କରିଥିବା ବେଳେ ହରିହର ଭୂକ୍ତା ଧନ୍ୟବାଦ ଦେଇଥିଲେ । ସାହିତ୍ୟଘରର କୋଷାଧ୍ୟକ୍ଷ ଅରୁଣ କୁମାର ରାଉତ, ବିଭୂତି ଭୂଷଣ ପାଣି, ହାଡ଼ିବନ୍ଧୁ ପ୍ରଧାନ, ଦିବାକର ଭୂତିଆ, ଅଜୟ ଶତପଥୀ, ପ୍ରଭାତ କୁମାର ରଥ, ବ୍ରହ୍ମା ନାଏକ, ବୈକୁଣ୍ଠ କୁମାର ସାହୁ, ପ୍ରଫୁଲ୍ଲ ଜୀବନ ରାଏ ପ୍ରମୁଖ ସଦସ୍ୟ ଯୋଗ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।



