ହିନ୍ଦୋଳ ଓଡାପଡା କର୍ମଜୀବୀ ସାମ୍ୱାଦିକ ସଙ୍ଘ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ.
ଗତକାଲି ଖଜୁରିଆ କଟା ସ୍ଥିତ ଦୁର୍ଗାମାଧବ ହୋଟେଲ ରେ ଉପରୋକ୍ତ ସାମ୍ବାଦିକ ସଙ୍ଘର ବୈଠକ ହୋଇ ଯାଇଛି. ଶଶୀକାନ୍ତ ଗଡ଼ ନାୟକଙ୍କ ସଭାପତିତ୍ୱ ରେ ହିନ୍ଦୋଳ ଓ ଓଡାପଡାରୁ ଅନେକ ସାମ୍ବାଦିକ ଏଥିରେ ଯୋଗଦେଇ ବିଭିର୍ଣ୍ଣ ସମସ୍ୟା ଓ ଦୁର୍ନୀତି ବାବଦରେ ଆଲୋଚନା କରିଥିଲେ.. ହିନ୍ଦୋଳରେ ହାତୀ ଆତଙ୍କ ଓ ବନବିଭାଗ ର ଉଦାସୀନତା, ତହସିଲ କାର୍ଯ୍ୟଳୟ ରେ ଠିକ କାମ ନ ହେବା, ଓ ବ୍ଲକ ଅଫିସ ରେ ପିସି କାରବାର କୁ ନେଇ ସଭ୍ୟ ମାନେ ମତବ୍ୟକ୍ତ କରିଥିଲେ..ଏସବୁ ଦିଗରେବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବାକୁ ସଙ୍ଘ ନିଷ୍ପତ୍ତି ନେଇଥିଲା. ବୈଠକରେ ସୁଶାନ୍ତ ମାଝୀ, ଅଜୟ ଭଞ୍ଜ, ଅନାମ ବେହେରା. ନୀଳକଣ୍ଠ ଦାଶ ଦୀପକ ନାଏକ, ତ୍ରିନାଥ ବେହେରା. ମହେଶ୍ୱର ସାହୁ, ପ୍ରଭାସ ଖୁଣ୍ଟିଆ ଓ ଅନ୍ୟାନସଭ୍ୟମାନେ ଉପସ୍ଥିତ ରହିଥିଲେ…



