୧୬ରେ ପ୍ରକାଶ ପାଇବ ମାଟ୍ରିକ୍ ସପ୍ଲିମେଣ୍ଟାରୀ, ଏସ୍ଓଏସ୍ସି ପରୀକ୍ଷା ଫଳ
ଅଗଷ୍ଟ ୧୬ ତରିଖ ଶନିବାର ପ୍ରକାଶ ପାଇବ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ଷ୍ଟେଟ୍ ଓପନ ସ୍କୁଲ ସାର୍ଟିଫିକେଟ(ଏସ୍ଓଏସ୍ସି) ପରୀକ୍ଷା ଫଳ। ମଧାହ୍ନ ୧୨ଟାରେ ଉକ୍ତ ପରୀକ୍ଷା ଫଳ ୱେବ୍ସାଇଟ୍ରେ ଉପଲବ୍ଧ ହେବ ବୋଲି ବୋର୍ଡ ସୂତ୍ରରୁ ପ୍ରକାଶ ପାଇଛି।
୨୦୨୫ ମାଟ୍ରିକ୍ ପରୀକ୍ଷାରେ ଅନୁପସ୍ଥିତ, ଫେଲ୍ ଏବଂ ଏମ୍ପି ହୋଇଥିବା ପରୀକ୍ଷାର୍ଥୀ ମିଶି ୩ ହଜାର ୪୮୭ ଜଣ ପରୀକ୍ଷାର୍ଥୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ଲାଗି ଆବେଦନ କରିଥିଲେ।
ଜୁଲାଇ ୧ ରେ ରାଜ୍ୟର ୯୮ଟି କେନ୍ଦ୍ରରେ ଉକ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।ସେହିପରି ଏସ୍ଓଏସ୍ସି ପରୀକ୍ଷା ୧୦ ହଜାର ୮୦୯ ଜଣ ପରୀକ୍ଷାର୍ଥୀ ୧୦୩ଟି ପରୀକ୍ଷା କେନ୍ଦ୍ରରେ ଦେଇଥିଲେ। ତେବେ ଏହି ଦୁଇଟି ଯାକ ପରୀକ୍ଷା ଫଳ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ପ୍ରକାଶ କରାଇବା ପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ହୋଇଥିଲେ ହେଁ ଜୁଲାଇ ୨୦ରେ ହେବାକୁ ଥିବା ଓଟିଇଟିରେ ପ୍ରଶ୍ନ ଲିକ୍ ଘଟଣା ବୋର୍ଡରେ ବିବାଦୀୟ ସ୍ଥିତି ଉପୁଜିଥିଲା। ତେଣୁ ଫଳ ପ୍ରକାଶରେ ବିଳମ୍ବ ହୋଇଥିବାର ଜଣାପଡ଼ିଛି।



