ଚମ୍ପୁଆ ରେଞ୍ଜକୁ ଫେରିଲେ ହାତୀପଲ, ଅଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ l

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜ୍ କୁ ଫେରିଲେ ହାତୀପଲ ଅଞ୍ଚଳ ବାସିନ୍ଦା ଙ୍କ ମଧ୍ୟରେ ଭୟର ବାତାବରଣ। ଏହି ହାତୀପଲ ଗତମାସ ଚମ୍ପୁଆ ରେଞ୍ଜ ଛାଡି ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ରେଞ୍ଜ କୁ ଚାଲିଯାଇ ଥିଲେ। ଏହି ତିରିଶ ଟିକିଆ ହାତୀପଲ ରବିବାର ରାତି ପୁଣି ଚମ୍ପୁଆ ରେଞ୍ଜ କୁ ଲେଉଟି ଆସିଛନ୍ତି l ହାତୀପଲ ବୈତରଣୀ ନଦୀ ପାର ହେଇ କେମୁଣ୍ଡିଆ ଗାଁ ମଧ୍ୟ ଦେଇ ଝାଲିଆ ବେଡା ଗାଁ ଜଙ୍ଗଲକୁ ପ୍ରବେଶ କରିଛନ୍ତି l ହାତୀପଲଙ୍କ ମଧ୍ୟରେ ୧୨ଟି ମାଇ ୧୨ ଟି ଦନ୍ତା ହାତୀ ଥିବା ବେଳେ ଛଟି ଛୁଆ ହାତୀଥିବା ନେଇ ସୂଚନା l ଗତ ଜୁଲାଇ ମାସରେ ଏହି ହାତୀ ପଲ ମୟୁରଭଞ୍ଜ ର କରଞ୍ଜିଆ ରେଞ୍ଜ କୁ ଚାଲି ଯାଇଥିବା ବେଳେ ଏକମାସ ପରେ ପୁଣି ଲେଉଟି ଆସିଥିବାରୁ ହାତୀପଲକୁ ନେଇ ଆଖପାଖ ଗାଁ ଗୁଡିକରେ ଭୟର ବାତାବରଣ ଦେଖାଦେଇଛି। ସୂଚନା ଅନୁଯାୟୀ ଏହି ହାତୀ ପଲ ପୂର୍ବରୁ ଚମ୍ପୁଆ ରେଞର କାଟୁଳିକନା, ଝାଲିଆବେଡା, ପଦ୍ମପୁର, ଜାଲି, ପଡୁଆ, ନନ୍ଦପୁର,ଟିଆସିପଶି, ବରପଦା,ବର୍ଧନାଆଦି ଗାଁ ରେ ବ୍ୟାପକ କ୍ଷୟ କ୍ଷତି କରିଥିଲେ l ହାତୀପଲ ଉପରେ ବନ ବିଭାଗ ପକ୍ଷରୁ ନଜର ରଖିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



