*ଜନତା ହାଇସ୍କୁଲରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ପରିବେଶ ସୃଷ୍ଟି ପାଇଁ ସଚେତନତା କାର୍ଯ୍ୟକ୍ରମ*

ବରଗଡ଼:(ପବିତ୍ର ମେହେର)::ସଚେତନତାର ଅଭାବ ଯୋଗୁଁ ସାଧାରଣ ଲୋକେ ପ୍ଲାଷ୍ଟିକ ବହୁଳ ଭାବରେ ବ୍ୟବହାର କଲା ପରେ ଏଣେତେଣେ ଫୋଫାଡି ଦେଉଛନ୍ତି।ପ୍ଲାଷ୍ଟିକ ଜନିତ ସମସ୍ୟାର ଭୟାବହତାକୁ ଉପଲବଧି କରି ଏ ଦିଗରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ହାଇସ୍କୁଲ ଭୁକ୍ତାରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଇକୋ କ୍ଳବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ଏକକ ବ୍ୟବହୃତ ପ୍ଲାଷ୍ଟିକ ବ୍ଯବହାର ଯୋଗୁଁ ହେଉଥିବା ପରିବେଶର କ୍ଷୟକ୍ଷତି ସଂମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀ ସଦା ସର୍ବଦା ବିଦ୍ୟାଳୟ ପରିସରକୁ ଏକକ ବ୍ୟବହୃତ ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ।ଖାଦ୍ୟଶୃଙ୍ଖଳରେ ମାଇକ୍ରୋପ୍ଲାଷ୍ଟିକ ପ୍ରବେଶ ଯୋଗୁଁ ପରିବେଶ ଉପରେ ପଡୁଥିବା ଏହାର କ୍ଷତିକାରୀ ପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଶ୍ରୀପତି ସାହୁ,ତେଜରାମ ସା,ବୋଧରାମ ବିଶ୍ବାଳ, ଆଶୁତୋଷ ଭୋଇ,ପ୍ରଶାନ୍ତ ମହାପାତ୍ର,ଶିକ୍ଷୟିତ୍ରୀ ଅନୀତା ପଧାନ ସକ୍ରିୟ ସହଯୋଗ କରିଥିବାବେଳେ ବିଜ୍ଞାନ କ୍ଳବ୍,ଜିଜ୍ଞାସା କ୍ଲବ୍,ବୀର ସୁରେନ୍ଦ୍ର ସାଏ ଇକୋ କ୍ଳବ୍ ଓ ୟୁଥ୍ ଆଣ୍ଡ ଇକୋ କ୍ଳବର ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।




