Spread the love

ଭୂବନେଶ୍ୱର, ୨୩/୦୮ : ପ୍ରତିବର୍ଷ ପଶ୍ଚିମ ଓଡ଼ିଶାର ନୂଆଁଖାଇ ପରଦିନ ସରକାରୀ ଛୁଟି ଲାଗି ଦାବି ହୋଇ ଆସୁଥିଲା। ଭାଜପା ବିରୋଧୀଦଳରେ ଥିବାବେଳେ ଏହି ଦିନକୁ ସରକାରୀ ଛୁଟିି ପାଇଁ ଅଡ଼ି ବସିଥିଲା। ହେଲେ ତାହା ସମ୍ଭବ ହୋଇପାରୁ ନ ଥିବାବେଳେ ଶୁକ୍ରବାର ଏନେଇ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜସ୍ବମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଏସଂକ୍ରାନ୍ତରେ ବିଭାଗୀୟ ଅତିରିକ୍ତ ସଚିବଙ୍କୁ ପତ୍ର ଲେଖି ଫାଇଲ କାର୍ଯ୍ୟ କରିବାକୁ କହିଛନ୍ତି।

ଏଥିରୁ ଚଳିତବର୍ଷ ନୂଆଁଖାଇ ପରଦିନକୁ ସରକାର ଛୁଟି ଘୋଷଣା କରିପାରନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *