ଜନତା ସରକାରୀ ହାଇସ୍କୁଲରେ ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସ -୨୦୨୫ ପାଳିତ

ବରଗଡ଼: (ପବିତ୍ର ମେହେର):: ଚନ୍ଦ୍ରଯାନ -୩ ସଫଳତାର ସହ ଚନ୍ଦ୍ରରେ ଅବତରଣ କରିବାର ଅପୂର୍ବ ସଫଳତା ପରେ ଏହାର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଦ୍ବିତୀୟ ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସ ପାଳିତ ହୋଇଯାଇଛି।ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଅନ୍ତରୀକ୍ଷ ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିବା ଆଭିମୁଖ୍ୟ ନେଇ ବିଦ୍ୟାଳୟରେ ସେମିନାର ଏବଂ କୁଇଜ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଅମ୍ବାଭୋନା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲାଲ ମୋହନ ସିଂ,ସମ୍ମାନିତ ଅତିଥି ଭାବରେ ସି ଆରସିସି କେଦାର ନାଏକ ଯୋଗ ଦେଇଥିଲେ। ଇକୋ କ୍ଳବ୍ ମାଷ୍ଟର ଟ୍ରେନର ତଥା ବିଜ୍ଞାନ କ୍ଲବର ମାର୍ଗ ଦର୍ଶକ ଶିକ୍ଷକ ସଞ୍ଜୟ ଖମାରୀ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ମହାକାଶବିଜ୍ଞାନୀଙ୍କ ଜୀବନୀ ଓ ସେମାନଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ।ଏହି ଅବସରରେ ଆୟୋଜିତ ସେମିନାରରେ ଚଳିତ ବର୍ଷ ରାଷ୍ଟ୍ରୀୟ ଅନ୍ତରୀକ୍ଷ ଦିବସ ପାଳନର ପ୍ରସଙ୍ଗ “ଆର୍ଯ୍ୟଭଟ୍ଟରୁ ଗଗନଯାନ – ପ୍ରାଚୀନ ଜ୍ଞାନରୁ ଅନନ୍ତ ସମ୍ଭାବନା” ସମ୍ପର୍କରେ ଆଲୋଚନା କରାଯାଇଥିଲା।ଅନ୍ତରୀକ୍ଷ ସମ୍ବନ୍ଧୀୟ କୁଇଜ୍ ପ୍ରତିଯୋଗିତାରେ ଜିଜ୍ଞାସା ଭୋଇ, ଦୀପକ ପଟେଲ ଏବଂ ସଚିନ୍ ସାହୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜ୍ଞାନ କ୍ଲବ୍, ଗଣିତ କ୍ଲବ୍, ଶକ୍ତି କ୍ଳବ୍,ଇକୋ କ୍ଳବ୍ ତଥା ମାନକ କ୍ଲବର ଶିକ୍ଷାର୍ଥୀ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ପରିଚାଳନାରେ ଶିକ୍ଷକ ବୋଧରାମ ବିଶ୍ବାଳ, ଆଶୁତୋଷ ଭୋଇ,ତେଜରାମ ସା,ଅଙ୍କିତ ମହନ୍ତ, ଅମୂଲ୍ୟ ଭୋଇ,ସୁବାସ ଚନ୍ଦ୍ର ଖମାରୀ, ପଦ୍ମଲୋଚନ ବିଶି,ଶ୍ରୀପତି ସାହୁ,ପ୍ରଶାନ୍ତ ମହାପାତ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଶିକ୍ଷୟିତ୍ରୀ ଅନୀତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।




