ଟ୍ରେନରେ ବେକ କଟି ଅଜଣା ଯୁବକଙ୍କ ମୃତ୍ୟୁ
ତାଳଚେର, ୨୫/୦୮ – ତାଳଚେର ଆନନ୍ଦବଜାର ଥର୍ମାଲ ହାଟ ନିକଟ ଦେଇ ଯାଇଥିବା ରେଳଧାରଣାରେ ଜୈନିକ ଯୁବକଙ୍କରମୁଣ୍ଡ କଟି ରେଳ ଧାରଣାରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା । ଏହି ଖବର ପ୍ରଚାରିତ ହେବାପରେ ସେଠାରେ ସ୍ଥାନୀୟ ଲୋକ ଭିଡ଼ ଜମାଇଥିଲେ । ତେବେ ସେ କାହିଁକି ଓ କିପରି ମୃତ୍ୟୁବରଣ କଲେ ତାକୁ ନେଇ ଏବେ ଅସ୍ପଷ୍ଟ ରହିଥିବା ବେଳେ କୋଲିୟରୀ ପୋଲିସ୍କୁ ଏସମ୍ପର୍କରେ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇପାରି ନାହିଁ । ମୃତ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଠିକଣା ଖବର ଲେଖା ହେଲା ବେଳକୁ ମିଳିପାରି ନାହିଁ । ଉକ୍ତ ଯୁବକ ବର୍ଣ୍ଣ ଗୋରା, ଆନୁମାନିକ ଉଚ୍ଚତା ପ୍ରାୟ ୫ଫୁଟ ୩ଇଂଚ୍ , ବ୍ଲୁରଙ୍ଗର ଜିନସପ୍ୟାଂଟ ଓ କଳା ହଳଦିଆ ରଙ୍ଗର ଚେକ୍ ସାର୍ଟ ପରିଧାନ କରିଛନ୍ତି ।



