Spread the love

ମହିଳା ଅଧିକାର ଆଇନ ଓ ସୁରକ୍ଷା ବ୍ୟବସ୍ଥା ଉପରେ ସଚେତନତା ସଭା

ଭଟଲି (ଅଭିମନ୍ୟୁ ପଧାନ):- ଅଧୁନା ଯୁଗରେ ମହିଳାମାନେ ପ୍ରତିଟି କ୍ଷେତ୍ରରେ ପୁରୁଷ ମାନଙ୍କ ସହିତ ସମାନ ଅଧିକାରରେ କାର୍ଯ୍ୟ କରୁଛନ୍ତି। ତେଣୁ ତାଙ୍କୁ ସୁରକ୍ଷା ଦେବା ପାଇଁ କିଛିଟା ଆଇନ ବ୍ୟବସ୍ଥା ପ୍ରଚଳିତ ଅଛି। ଏହି ସବୁ ମହିଳା ଅଧିକାର ଆଇନ ବିଷୟରେ ସଚେତନ କରାଇବା ପାଇଁ ନୂଆଁଗଡ ରାମଚଣ୍ଡୀ କଲ୍ୟାଣ ମଣ୍ଡପ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସିଡିପିଓ ସୈରେନ୍ଦ୍ରୀ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନୂଆଁଗଡ ସରପଞ୍ଚ ଦୁର୍ବାସା ପଧାନ ଯୋଗଦେଇ ମାଁ ରାମଚଣ୍ଡୀ ଙ୍କୁ ପୂଜା ପୂର୍ବକ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ପିଓ ମାଙ୍ଗଳିକା ଦାଶ, ସୁପରଭାଇଜର୍ ଅନିତା ପୁରୋହିତ ମଞ୍ଚାସୀନ ହୋଇ ମହିଳା ଅଧିକାର ଆଇନ ବ୍ୟବସ୍ଥା ତଥା ସମାଜରେ ସମ୍ପୂର୍ଣ୍ଣ ରୂପେ ବାଲ୍ୟବିବାହ କୁ ବନ୍ଦ କରିବା ପାଇଁ ସଚେତନତ କରାଇଥିଲେ। ଏହି ଅବସରରେ ନୂଆଁଗଡ ର ବହୁ ସଂଖ୍ୟକ ମହିଳା,ଅଙ୍ଗନବାଡ଼ି କର୍ମୀ ତଥା ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *