ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସାଂସଦ ସମ୍ବଲପୁର ଙ୍କ ଅନୁଗୋଳ ଗସ୍ତ

ଅନୁଗୋଳ,ତା.୨୭.୦୮:- ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସାଂସଦ ସମ୍ବଲପୁର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନିକିଆ ଅନୁଗୋଳ ଗସ୍ତରେ ଆସି ବଅଁରପାଳ ଠାରେ ଟାଟା ଷ୍ଟିଲ ଫାଉଣ୍ଡେସନର ସାମାଜିକ ଭିତ୍ତିଭୂମି ପ୍ରକଳ୍ପ ଗୁଡିକର ଊଦଘାଟନ କରିବା ସହ ଭିଭିପ୍ରସ୍ତର ସ୍ଥାପନ କରିଥିଲେ । ସନ୍ତ୍ରୀ ଛକରୁ ମହିଧରପୁର ଦେଇ ହାତୁରା ପର୍ଯ୍ୟନ୍ତ ସୌରଶକ୍ତି ପରିଚାଳିତ ରାସ୍ତା ଆଲୋକିକରଣ ଏବଂ ଏନ୍ ଏଚ-୫୫ର ଇଟାପ ଠାରୁ ନୂଆହତା ପର୍ଯ୍ୟନ୍ତ ଆଲୋକିକରଣ ବ୍ୟବସ୍ଥାର ଭିତ୍ତ ପ୍ରସ୍ତର ସ୍ଥାପନ କରିଥିଲେ ।

ପରେ ପରେ କଣିହାଁ ଠାରେ “ତାଳଚେର ପ୍ରଜାମଣ୍ଡଳ ଶହୀଦ ସ୍ମୃତି ସ୍ତମ୍ଭ” ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ଏବଂ ପ୍ରଜାମଣ୍ଡଳ ଭବନ ସ୍ଥାପନା ପାଇଁ ଭୂମି ପୂଜନ କରିଥିଲେ । ପ୍ରଜାମଣ୍ଡଳ ଆନ୍ଦୋଳନରେ ଶହୀଦ ହୋଇଥିବା ସମସ୍ତ ବୀର ସଂଗ୍ରାମୀ ମାନଙ୍କର ତ୍ୟାଗ, ଧୈର୍ଯ୍ୟ ଓ ପରାକ୍ରମ ଚିର ସ୍ମରଣୀୟ ହୋଇ ରହିବ ବୋଲି ସେ କହିଥିଲେ । ଏହାପରେ ତାଳଚେର କଣିହା ସ୍ଥିତ ପି ଏମ୍ ଶ୍ରୀ ପବିତ୍ର ମୋହନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ନୂତନ ଅତିରିକ୍ତ ଶ୍ରେଣୀ ଗୃହ, ରୋଷେଇ ଘର ସହିତ ଭୋଜନାଳୟର ଶୁଭାରମ୍ଭ କରିଥିବା ବେଳେ ୧୦୦ ଶଯ୍ୟା ବିଶିଷ୍ଟ ନୂତନ ଛାତ୍ରାବାସ ଓ ବିଜ୍ଞାନ ପ୍ରୟୋଗଶାଳା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।

ଏହା ପରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଡି ଏମ୍ ଏଫ୍ ପାଣ୍ଠିରୁ ନିର୍ମିତ ହୋଇଥିବା ଟିକିରା ନଦୀ ବ୍ରିଜର ଊଦଘାଟନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ପାଳଲହଡା ବିଧାୟକ ଶ୍ରୀ ଅଶୋକ ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର, ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।




