ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଗଣେଶ ପୂଜା ମଣ୍ଡପ ପରିଦର୍ଶନ
ଢେଙ୍କାନାଳ, ୨୮/୮: ଗୋବିନ୍ଦପୁର ମଣ୍ଡଳ ଅନ୍ତର୍ଗତ ଶୁଆଖାକାଟେଣୀ ଫଚାୟତର ରଞ୍ଜା, କନ୍ଧପଡା,ଅସନାପାଟିଆ ପ୍ରଭୃତି ଗ୍ରାମଗୁଡିକରେ ଅନୁଷ୍ଠିତ ହୋଇଥିବା ଶ୍ରୀ ଗଣେଶଙ୍କ ପୂଜା ମଣ୍ଡପ ଗୁଡିକୁ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୁଲି ଆଶୀର୍ବାଦ ନେବା ସହିତ ଅଂଚଳର ସମସ୍ୟା ଗୁଡିକ ଉପରେ ସ୍ଥାନୀୟ ଜନସାଧାରଣମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ରଞ୍ଜିତ ଭିଶାଲ, ନୃସିଂହ ମହାଳିକ, ରସାନନ୍ଦ ନାୟକ, କାଳିଆ, ଦେବନାରାୟଣ ସାହୁ, ଅମର ଖୁଲାର, ସାଗର ନାୟକ, ଓ ଟିଂଟୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।



