
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ବିଶ୍ୱନାଥପୂର୍ ଠାରେ ଭଗବାନ ଶ୍ରୀ ଜଗନ୍ନାଥଙ୍କର ରଥଯାତ୍ରା ପାଇଁ ରଥ କାଠ ଅନୁକୂଳ ଉତ୍ସବ ବହୁ ଆଡମ୍ବର ସହକାରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ପ୍ରଦୀପ କୁମାର ଘଡେ଼ଇ ଏବଂ ତାଙ୍କ ସହିତ ତାଙ୍କ ଧର୍ମପତ୍ନୀ କର୍ତ୍ତା କାର୍ଯ୍ୟ ତୁଲାଇ ଥିବା ବେଳେ ସମ୍ପାଦକ ମନୋରଞ୍ଜନ ବିଶି, ସହ ସମ୍ପାଦକ ଅଜିତ ପ୍ରଧା ନୀ ,ଉପ ସଭାପତି ତରୁଣ କୁମାର୍ ଦାସ, କୋଷାଧ୍ୟକ୍ଷ ଅଚ୍ୟୁତ ଘଡେ଼ଇ, ସହ କୋସାଧ୍ୟକ ଧବଳେଶ୍ଵର ଠେଲl, ତାଙ୍କର ନିଜ ଦାୟିତ୍ଵ ବହୁ ସୂଚାରୁ ରୂପେ ପାଳନ କରିଥିଲେ । ଉକ୍ତ ଉତ୍ସବରେ ଅଞ୍ଚଳର ସମସ୍ତ ଗ୍ରାମର ଗୌନ୍ତିଆ ଏବଂ ଗ୍ରାମବାସୀ ଓ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ପଡୋଶୀ ଜିଲ୍ଲା ରାୟଗଡା ତଥା କନ୍ଧମାଳ ଜିଲ୍ଲାରୁ ମଧ୍ଯ ବହୁ ଭକ୍ତ ପହଞ୍ଚିଥିଲେ। ବିଶ୍ଵନାଥପୁର ଗ୍ରାମର ବହୁ ବୁଦ୍ଧିଜୀବୀ ତଥା ବଳରାମ ବେହେରା, ବବୃ ଘଡେ଼ଇ, ଫକୀର ପ୍ରଧାନି, ବନ ଦଳେଇ, କିଶୋର ହର୍ପାଲ୍, ବଟକୃଷ୍ଣ ପୃଷ୍ଟି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର କାର୍ଯ୍ୟ ତୁଲାଇ ଥିଲେ। ଲଂଜିଗଡ ରାଜା ମଧ୍ଯ ଉପସ୍ଥିତ ରହିଥିଲେ। ମୂଖ୍ୟ ପୂଜକ ହିସାବରେ କୈଳାସ ଦାସ ଓ ସହ ପୂଜକ ଭାବରେ ରୁନୁ ପାଢ଼ୀ, ପ୍ରଶାନ୍ତ ଦାଶ, ଅନନ୍ତ ପ୍ରାସାଦ ପଣ୍ଡା, ସୌମ୍ୟରଞ୍ଜନ କର, ଯତୀନ୍ଦ୍ର ନନ୍ଦ, ନିରୋଜ କୁମାର ଦାଶ, ପ୍ରବୀଣ ଦାଶ, ମାୟାଧର ଶତପଥୀ ପୂଜାକାର୍ଯ୍ୟ ତୁଲାଇଥିଲେ।
ରଥ କାଠ ପାଇଁ ଶାଳ ଗଛ କଟା ସରିଲା ପରେ ସେହି ଗଛ ନେଇ କୀର୍ତ୍ତନ ଘଣ୍ଟ ଖୋଳ ସହିତ ନଗର ପରିକ୍ରମା କରାଯାଇଥିଲା । ଅଞ୍ଚଳର ପ୍ରାୟ ପାଞ୍ଚ ଛଅ ହଜାର ଭକ୍ତ ଏହି ଉତ୍ସବର ଆନନ୍ଦ ଅନୁଭବ କରିଥିବା ବେଳେ ସମସ୍ତଙ୍କ ପାଇଁ ଅର୍ଣ୍ଣ ପ୍ରସା ଦର ବ୍ୟବସ୍ଥା କରଯାଇଥିଲା। ସମସ୍ତ ଭକ୍ତ ଅର୍ଣ ପ୍ରସାଦ ପାଇ ଖୁସି ବ୍ୟକ୍ତ କରିଥିଲେ। କଳାହାଣ୍ଡିରୁ ବି ତ୍ରିପତି ପାତ୍ର ଜାଗ୍ରତ ଭାରତ ନିଉଜ।



