ଜଳପ୍ରପାତକୁ ବୁଲିବାକୁ ଯାଇ ଜଣେ ଯୁବକ ନିଖୋଜ

କେନ୍ଦୁଝର ଜିଲ୍ଲା ସୀମାନ୍ତ ପାଲଲହଡ଼ା ବ୍ଲକ୍ ନଗିରା ଗାଁ ଜଙ୍ଗଲରେ ଥିବା ଗର୍ଜନ ଖୋଲ ଜଳ ପ୍ରପାତ କୁ ତିନି ଜଣ ଯୁବକ ସାଙ୍ଗ ହୋଇ ଯାଇଥିଲେ। ବାଂଶପାଳ ବ୍ଲକ ବାଲରାଇ ଗାଁର ଲିପୁନ ବେହେରା, ସେଇ ଗାଁର ଶୁଭମ୍ ପଲେଇ, ପାଖ ଗାଁ ଗୋପପୁର ଗ୍ରାମର ଗିରିଧାରୀ ପଲେଇଙ୍କ ସହ ତିନିଜଣ ସାଙ୍ଗ ହୋଇ ଜଳପ୍ରପାତ ର ମଜା ନେବାକୁ ଯାଇଥିଲେ , ଓ ସେଠାରେ ପାଣିରେ ଗାଧେଇବା ସମୟରେ ଗତକାଲି ଦିନ 2 ଟା ସମୟରେ ଜଣେ ଯୁବକ ନିଖୋଜ ହୋଇ ଯାଇଥିବା ନେଇ ସୂଚନା। ଖବର ପାଇ କେନ୍ଦୁଝର ଜିଲ୍ଲା ବଂଶପାଳର ଅଗ୍ନିଶମ ବାହିନୀ ଗତକାଲି ବହୁ ସମୟ ଖୋଜାଖୋଜି ପରେ ମଧ୍ୟ ଯୁବକକୁ ଉଦ୍ଧାର ହୋଇ କରିପାରିନଥିବା ସୂଚନା।ନିଖୋଜ ଯୁବକ ଜଣଙ୍କ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ବାଲରାଇ ଗ୍ରାମର ଅର୍ଜୁନ ବେହେରାଙ୍କ ସାନ ପୁଅ ଲିପୁନ୍ ବେହେରା ବୋଲି ଜଣାପଡିଛି l ପୁଣି ପାଲଲହାଡା ପୋଲିସ୍ ବାଂଶପାଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ବହଞ୍ଚି ଖୋଜା ଖୋଜି ଜାରିରଖିଥିବା ବେଳେ ଏ ପର୍ଯ୍ୟନ୍ତ ନିଖୋଜ ଯୁବକଙ୍କ କୌଣସି ସନ୍ଧାନ ମିଳିନଥିବା ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



