ଭତ୍ତା ହଡପ ମାମଲାରେ ପୃର୍ବତନ ପିଇଓ ଗିରଫ
ଯାଜପୁର___ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଳକ ଅନ୍ତର୍ଗତ ପିମ୍ଫୁଡିଆ ପଞ୍ଚାୟତର ପୃର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଆଇଓ) ସନ୍ତୋଷ ଜେନାଙ୍କୁ ଆଜି କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ଦାନଗଦି ବ୍ଳକ କାର୍ଯ୍ୟାଳୟ ରୁ ଗିରଫ କରିଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ସୁଚନା ମୁତାବକ ପିମ୍ଫୁଡିଆ ପଞ୍ଚାୟତର କାର୍ଯ୍ୟ କରୁଥିବା ବେଳେ ୨୦୨୩ ଓ ୨୦୨୪ ଆର୍ଥିକ ବର୍ଷରେ ଭତ୍ତା ଟଙ୍କା ହେରଫେର କରିଥିଲେ। ଭିଜିଲାନ୍ସ ବିଭାଗ ଏହାର ତଦନ୍ତ କରି ଆଜି ତାଙ୍କୁ ଦାନଗଦି ବ୍ଳକ କାର୍ଯ୍ୟାଳୟ ରୁ ଗିରଫ କରିଥିଲେ।



