ଗୁରୁଦିବସ ପାଳନ ପାଇଁ ଚୂଡାନ୍ତ ବୈଠକ ଅନୁଷ୍ଠିତ
ତାଳଚେର ୩୧/୮ ତାଳଚେର ର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଆମ ପ୍ରତିଭା ଆମ ପରିଚୟ” ଅନୁଷ୍ଠାନ ପଖ୍ୟରୁ ସ୍ଥାନୀୟ ଦେଉଳ ବେଡା ସ୍ଥିତ ଆଗେଇବା କାର୍ଯ୍ୟାଳୟ ଠାରେ ଗୁରୁଦିବସ ପାଳନ କରାଯିବବା ନିମନ୍ତେ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ସଭାପତି ଡଃ ଉପେନ୍ଦ୍ର ପରିଡା ଙ୍କ ସଭାପତତ୍ବରେ ଅନୁଷ୍ଠିତ ହୋଇଥିଲା ବେଳେ ସଂଗଠନର ସାଧାରଣ ସମ୍ପାଦକ ଇଁ ରମେଶ ଚନ୍ଦ୍ର ବେହେରା ଚଳିତ ବର୍ଷ ଏହି ଗୁରୁଦିବସ ପାଳନ କିପରି କରାଯିବ ତାର ରୂପ ରେଖ ସଂମ୍ପର୍କରେ ପ୍ରକାଶ କରିଥିଲେ। ଏଵଂ ଉକ୍ତ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ମାନେ ସେମାନଙ୍କ ନିଜର ମତାମତ ପ୍ରଦାନ କରିଥିଲେ। ତେବେ ଏହି ପରିପେକ୍ଷୀରେ ଚଳିତ ବର୍ଷ ଗୁରୁଦିବସ କାର୍ଯକ୍ରମ କୁ ଅଧିକ କିପରି ସୂଚାରୁ ରୁପେ କରାଯିବା ସହିତ ଏହି ସେପ୍ଟେମ୍ବର ୫ ଗୁରୁଦିବସ ଉତ୍ସବ ପାଳନ କରିବା ନିମନ୍ତେ ଚୁଡାନ୍ତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ମଧ୍ୟ କରାଯାଇଥିଲା ଗୁରୁମାନଙ୍କୁ ଗୁରୁ ପୂଜନ,ସମ୍ବର୍ଧନା ସହିତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ସହିତ ଅଧିକ ନମ୍ବର ରଖିଥିବା କୃତି ମେଧାବୀ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ପୁର୍ବ ବର୍ଷ ପରି ସମ୍ବର୍ଦ୍ଧିତ କରିବା ପାଇଁ ବୈଠକ ରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନ ର କୋଷାଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ଡଃ ବିନୟ ଖିଲାର, ଡଃ ରଶ୍ମିରଞ୍ଜନ ମିଶ୍ର, ପ୍ରେସ କ୍ଲବ ସଭାପତି ପୂର୍ଣ୍ଣ ଚନ୍ଦ୍ର ସାହୁ, ଅବସର ପ୍ରାପ୍ତ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ଗଦାଧର ସାହୁ,ତପନ କୁମାର ମହାରଣା, ଭାଗିରଥି ମହାପାତ୍ର, ପ୍ରକାଶ ସାହୁ, ଚିତ୍ତରଂଜନ ପାଣି ନିର୍ମଳ ସାହୁ, ସୁନିଲ ପ୍ରଧାନ ଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ମାନେ ଯୋଗ ଦେଇଥିଲେ।।



