“ଅତାବିରା ବ୍ଲକ୍ ଶାରୀରିକ ଶିକ୍ଷା ଶିକ୍ଷକ ସଂଘ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା”
ବରଗଡ:୩୧/୮(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରତି ବର୍ଷ ପରି ଚଳିତ ବର୍ଷ ଆଜି ଅତାବିରା ବ୍ଲକ ଶାରୀରିକ ଶିକ୍ଷା ଶିକ୍ଷକ ସଂଘ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକ ସମ୍ପାଦକ ସୁଦୀପ୍ତ ସାହୁ ଙ୍କ ସଭାପତି ତ୍ୱ ରେ ହୋଇଯାଇଛି ଏହି ସମ୍ବର୍ଦ୍ଧନା ସଭା । ଅବସର ନେଇଥିବା ଶାରୀରିକ ଶିକ୍ଷା ଶିକ୍ଷକ ଲବ ସାହୁ, ସୁନୀଲ ଶତପଥି, ଅବସର ପ୍ରାପ୍ତ ବରିଷ୍ଠ ଶାରୀରିକ ଶିକ୍ଷା ଶିକ୍ଷକ ଭୁବନେଶ୍ୱର ମହାକୁର, କିଶୋର ଚନ୍ଦ୍ର ପଧାନ, ପୂର୍ବତନ ଶାରୀରିକ ଶିକ୍ଷା ଅଧିକାରୀ ତ୍ରିଲୋକ୍ୟ ନାୟକ ମଂଚାସୀନ ଥିଲେ । ପ୍ରଥମେ ସରସ୍ବତୀ ଙ୍କ ଫୋଟୋ ଚିତ୍ରରେ ପୂଜାର୍ଚନା କରାଯାଇ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ଅବସର ନେଇଥିବା ଲବ ସାହୁ, ସୁନୀଲ ଶତପଥି ଙ୍କୁ ଫୁଲତୋଡ଼ା ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭା ରେ ମଂଚାସୀନ ଥିବା ଅତିଥି ମାନେ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ। ସଭା କୂ କ୍ରୀଡା ଶିକ୍ଷୟତ୍ରୀ ଲକ୍ଷ୍ମୀ ମହାପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ, କ୍ରୀଡା ଶିକ୍ଷୟତ୍ରୀ ଶୁଭଶ୍ରୀ କର କ୍ରିଡ଼ା ଅବସର ନେଇଥିବା ଉଭୟ କ୍ରୀଡା ଶିକ୍ଷକଙ୍କ ଉପରେ ଉଦବୋଧନ ଦେଇଥିଲେ । ,ଏଥିରେ ବ୍ଲକ୍ ତଥା ବିଭିନ୍ନ ପ୍ରାନ୍ତରୁ ୬୫ ରୁ ଉର୍ଦ୍ଧ୍ବ କ୍ରୀଡା ଶିକ୍ଷକ/ ଶିକ୍ଷୟତ୍ରୀ ଯୋଗ ଦେଇଥିବା ବେଳେ କ୍ରୀଡା ଶିକ୍ଷୟତ୍ରୀ ଗିରିଜା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।



