ଚୋରାରେ କରୁଥିଲେ ଗଞ୍ଜେଇ କାରବାର ମାଡିବସିଲା ପୋଲିସ୍ ଗଞ୍ଜେଇ ସମେତ ଦଶ ଗିରଫ
କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ରେ ପଡୋଶୀ ଝାଡଖଣ୍ଡ ରାଜ୍ୟରୁ ଗଞ୍ଜେଇ ଆଣି କରୁଥିଲେ କାରବାର, ମାଡିବସିଲା ପୋଲିସ୍, ଏକୋଇଶି କେଜିରୁ ଉର୍ଦ୍ଧ ଜଞ୍ଜେଇ ସମେତ ଦଶ ଗିରଫ। ବଡ଼ବିଲ ପୋଲିସ କବଜାରେ ଗଞ୍ଜେଇ ମାଫିଆ l ଗଞ୍ଜେଇ ମାଫିଆ ବାବୁଲି ବେହେରାକୁ ଗିରଫ କରିବା ସହ ୧୦ ଜଣ ଚୋରା ଗଞ୍ଜେଇ ବେପାରିଙ୍କୁ ଗିରଫ କରିଛି ବଡବିଲ ପୋଲିସ୍। ବଡ଼ବିଲ ଅଞ୍ଚଳର ବାବୁଲି ବେହେରା ଝାଡ଼ଖଣ୍ଡରୁ ଗଞ୍ଜେଇ ଆଣି ଏ ଅଞ୍ଚଳ ରେ ବେପାରୀଙ୍କୁ ବିକ୍ରି କରିବା ଯେlଜନା କରିଥିବାବେଳେ ବଡ଼ବିଲ ପୋଲିସ୍ ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ଅତର୍କିତ ଚଢାଉ କରି ଧରିଥିଲା । ମାଜିଷ୍ଟ୍ରେଟ ରାକେଶ କୁମାର ପଣ୍ଡା ଙ୍କ ଉପସ୍ଥିତିରେ ତା’ନିକଟରୁ ୨୧ କେଜି ୮୯୫ ଗ୍ରାମର ଗଞ୍ଜେଇ ଓ ଏକ ମୋବାଇଲ୍ ଫୋନ୍ ଜବତ୍ କରିଛି ପୋଲିସ୍ । ପରେ ଘଟଣାର ତଦନ୍ତ କରି ବାବୁଲି ବେହେରା ଠାରୁ ଗଞ୍ଜେଇ କିଣି ବିଭିନ୍ନ ଅଂଚଳରେ ବିକ୍ରୟ କରୁଥିବା ୧୦ ଜଣ ଦୋକାନୀଙ୍କୁ ଗିରଫ କରିଥିବା ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ପିଙ୍ଗୁଆ ସୂଚନା ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



