ମହାନଦୀ କୋଇଲା ଠିକାଶ୍ରମିକ ସଂଘ ପକ୍ଷରୁ ରେଳବିଭାଗକୁ ଦାବି ପତ୍ର
ତାଳଚେର, ୦୧/୦୯ ତାଳଚେର ମହାନଦୀ କୋଇଲା ଠିକା ଶ୍ରମିକ ସଂଘ ପକ୍ଷରୁ ସଭାପତି ରାଜକିଶୋର ସାହୁଙ୍କ ନେତୃତ୍ୱରେ ରେଲୱେ ଦ୍ୱାରା ଖଣିରୁ ହେଉଥିବା କୋଇଲା ପରିବହନ ଓ ପାଲଭିଡ଼ାକୁ ନେଇ ରେଳବିଭାଗ ଏଆରଏମଙ୍କୁ ଆଜି ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସଂଘର କହିବା ମୂତାବକ ଏହାକୁ ନେଇ ପୂର୍ବରୁ ଖୋର୍ଦ୍ଧାରୋଡ଼ ଡ଼ିଭିଜନାଲ କମରସିଆଲ ମ୍ୟାନେଜର୍ ତା ୨୧/୦୫/୨୦୨୫ ରିଖରେ ଜଣାଇଥିଲେ ଯେ, ରେଳ ଯୋଗେ କୋଇଲା ପରିବହନ ହେଉଥିବା ୱାଗନ ଗୁଡ଼ିକରେ ପାଲଭିଡ଼ା ଓ ରଶିଲଗାଇ ବାନ୍ଧିବା ସହ ଉତମ ଭାବରେ ତଦାରଖ କରିବାକୁ ରେଳବିଭାଗ ଅଧିକାରୀମାନଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ ଯାହା ସଂଲଗ୍ନ କପିରେ ସମ୍ପୂର୍ଣ୍ଣ ଉଲ୍ଲେଖ ରହିଥିବା ସଂଘର ସଭାପତି ରାଜକିଶୋର ସାହୁ ପ୍ରକାଶ କରିଛନ୍ତି । ଭାରତୀୟ ରେଳବାଇ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ ସତ୍ୱେ ସ୍ଥାନୀୟ ରେଳବାଇ ଦ୍ୱାରା ନିର୍ଦ୍ଦେଶକୁ ଉଲଘଂନ କରାଯାଉଥିବା ଓ ସ୍ଥାନୀୟ ରେଳବାଇ ପ୍ରଶାସକ ଏପରି ମନୋଭାବ ପାଇଁ ସ୍ଥାନୀୟବାସୀ କୋଇଲା ଗୁଣ୍ଡ ଯୋଗୁଁ ରୋଗରେ ଆକ୍ରାନ୍ତ ହେବାସହ ଏବାବଦରେ କୌଣସି କ୍ଷତିପୂରଣ ପାଇ ପାରିବେ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ତେବେ ଏହାକୁ ନେଇ ଏକ ଦାବିପତ୍ର ପ୍ରଦାନ କରିବା ସହ ଏହାର ହସ୍ତକ୍ଷେପ କରି ଉଚ୍ଚକର୍ତୁପକ୍ଷଙ୍କ ନିର୍ଦ୍ଦେଶ ପାଳନ କରନ୍ତୁ ନଚେତ୍ ସଂଘ ବାଧ୍ୟହୋଇ ଧର୍ମଘଟ, ଧାରଣା ଏବଂ ଆର୍ଥିକ ଅବରୋଧ କରିବାକୁ ବାଧ୍ୟହେବ ଓ ଏପରିି ପରିସ୍ଥିତିରେ ପୂର୍ବ-ଇଷ୍ଟକଷ୍ଟ ରେଳବାଇ କର୍ତୁପକ୍ଷ ଏହାର ମୂଲ୍ୟ ଏବଂ ପରିଣାମ ପାଇଁ ଦାୟୀ ରହିବେ ବୋଲି ସଂଘ ସିଧାଳସଳଖ ପତ୍ରମାଧଧ୍ୟମରେ ଜଣାଇ ଦେଇଛି ବୋଲି ସଂଘର ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଏହି ଦାବିପତ୍ରର ନକଲ ଜିଲ୍ଲାପାଳ ଅନୁଗୋଳ, ଏସପି ଅନୁଗୋଳ, ଉପଜିଲ୍ଳାପାଳ ତାଳଚେର, ଏସଡ଼ିପିଓ ତାଳଚେର, କୋଲିୟରୀ ଥାନା ଅଧିକାରୀ, ରେଜିଓନାଲ କାର୍ଯ୍ୟାଳୟ ତଥା ଓଡ଼ିଶା ପ୍ରଦ୍ୟୁଷଣ ବିଭାଗ ବୋର୍ଡ଼ ଅନୁଗୋଳ, ଜିଏମ ଇଷ୍ଟକଷ୍ଟ ରେଳବିଭାଗ ଭୂବନେଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ବେଳେ ଆଜିର ଏହି ଦାବିପତ୍ର ପ୍ରଦାନ ବେଳେ ଦିଗାମ୍ବର ଗଡ଼ନାୟକ, ବୀରବର ସାହୁ, ଏଲ ମାଣିକପ୍ରଭା, ସତ୍ୟବ୍ରତ ମହାରଥି, ସହଦେବ ସାହୁ, ରଣଜିତ୍ ସାହୁ, ସୁନିଲ ପାଣି, ଦିପକ, ସଂଗ୍ରାମ କେଶରୀ କୁଅଁର, ଗୌତମ ବେହେରା, ରତନ ଶତପଥୀ, ଦୂର୍ଗା ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

