ଭୁବନେଶ୍ୱର, ୦୨/୦୯: ଖୁବଶୀଘ୍ର ଓଡ଼ିଶା କଂଗ୍ରେସର ବିଭିନ୍ନ ଜିଲ୍ଲାକୁ ମିଳିବ ନୂଆ ଜିଲ୍ଲା ସଭାପତି । ଆଜିଠୁ ‘ସଙ୍ଗଠନ ସୃଜନ ଅଭିଯାନ’ ପ୍ରକ୍ରିୟା ଆରମ୍ଭ ହେବ । ଏହି ପ୍ରକ୍ରିୟା ସରିବା ପରେ ରାଜ୍ୟରେ କଂଗ୍ରେସର ଥିବା ୩୫ଟି ସାଙ୍ଗଠନିକ ଜିଲ୍ଲାରେ ନୂଆ ସଭାପତି ଦାୟିତ୍ୱ ନେବେ । କଂଗ୍ରେସ ସାଙ୍ଗଠନିକ ଜିଲ୍ଲା ସଭାପତି ଚୟନ ନେଇ ଏଆଇସିସି ପକ୍ଷରୁ ନିଯୁକ୍ତ ଦୁଇଜଣ ପର୍ଯ୍ୟବେକ୍ଷକ ରବିବାର ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି ।
ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଚୟନ ନେଇ ଏଆଇସିସି ପର୍ଯ୍ୟବେକ୍ଷକ ସାଂସଦ ଶ୍ରେୟାଶ ଏମ୍ ପଟେଲ ଓ ଏଆଇସିସି ସମ୍ପାଦକ ଗୋପୀନାଥ ପାଲାନୀୟାପନ୍ ଆସିଛନ୍ତି । ଉଭୟ ଏଆଇସିସି ପର୍ଯ୍ୟବେକ୍ଷକଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଉଚ୍ଛ୍ୱସିତ ସ୍ୱାଗତ ଜଣାଇବା ସହ ଏହି ଜିଲ୍ଲାରେ କିପରି ସଭାପତି ଚୟନ ପ୍ରକ୍ରିୟା ସୁରୁଖୁରୁରେ ହୋଇପାରିବ, ସେଥିପ୍ରତି ଦୃଷ୍ଟି ଦେବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଅନୁରୋଧ କରିଛନ୍ତି । ଆଜି ଠାରୁ ସେମାନେ ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ତୃଣମୂଳ ସ୍ତରର କଂଗ୍ରେସ କର୍ମୀଙ୍କଠୁଁ ଆରମ୍ଭ କରି ବରିଷ୍ଠ ନେତା ଏବଂ ବିଭିନ୍ନ ଜିଲ୍ଲା ପଦାଧିକାରୀଙ୍କ ସହ ଆଲୋଚନା କରିବେ । ଜିଲ୍ଲା ସଭାପତି ଚୟନ ନେଇ ଏସ୍ଟି, ଏସ୍ସି, ଓବିସି, ମହିଳା, ଯୁବ ଏହିପରି ସମସ୍ତ ବର୍ଗରୁ ୬ ଜଣଙ୍କ ନାମ ଯେପରି ରହିବ ସେମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବେ । ଏଆଇସିସି ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ଏକ ଗ୍ରାଉଣ୍ଡ ରିପୋର୍ଟ ଏଆଇସିସିରେ ଦାଖଲ କରାଯିବା ପରେ ଜିଲ୍ଲାର ୪ ଜଣଙ୍କୁ ଡିସିସି ସଭାପତି ଭାବେ ଚୟନ କରାଯିବ । ଏହି ପ୍ରକ୍ରିୟା ଆସନ୍ତା ୧୪ ତାରିଖ ମଧ୍ୟରେ ସରିବ ବୋଲି ପିସିସି ସଭାପତି ଶ୍ରୀ ଦାସ ସୂଚନା ଦେଇଛନ୍ତି ।ସୋମବାର ମଧ୍ୟ ଆଉ କିଛି ଜଣ ପର୍ଯ୍ୟବେକ୍ଷକ ଓଡ଼ିଶା ଗସ୍ତରେ ଆସି ପହଞ୍ଚିବେ ବୋଲି ପିସିସି ଗଣମାଧ୍ୟମ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/05/Picsart_25-11-05_07-59-52-526-1.jpg)


