*ରୁଚିଦା ହାଇସ୍କୁଲରେ ଯକ୍ଷ୍ମା ନିରାକରଣ ସଚେତନତା କାର୍ଯ୍ୟକ୍ରମ*

ବରଗଡ:୨/୯(ପବିତ୍ର ମେହେର) ଜିଲ୍ଲା ସ୍ବାସ୍ଥ୍ୟ ସମିତି ବରଗଡ ଆନୁକୂଲ୍ୟରେ ଜିଲ୍ଲା ଯକ୍ଷ୍ମା ବିଭାଗ ପକ୍ଷରୁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାରେ ଯକ୍ଷ୍ମା ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଯକ୍ଷ୍ମା ରୋଗର ସୁପର ଭାଇଜର ଶଙ୍କର ପ୍ରସାଦ ମେହେର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ମୁଖ୍ୟ ଅତିଥି ଭାବରେ ରାଷ୍ଟ୍ରୀୟ ଶିଶୁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ସ୍ବାସ୍ଥ୍ୟ ଅଧିକାରୀ ଡକ୍ଟର ଭବାନୀ ଶଙ୍କର ପ୍ରଧାନ ଯୋଗ ଦେଇ ଯକ୍ଷ୍ମା ରୋଗର କାରଣ,ଲକ୍ଷଣ ଓ ନିରାକରଣ ବିଷୟରେ ସମସ୍ତଙ୍କୁ ଧାରଣା ଦେଇଥିଲେ।ପ୍ରଧାନ ଶିକ୍ଷକ ଶ୍ରୀ ମେହେର ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ୍ କରି ଟିବି ମୁକ୍ତ ଭାରତ ଅଭିଯାନର ସଫଳ କରିବା ପାଇଁ ସମସ୍ତେ ଆଗେଇ ଆସିବା ଉଚିତ ବୋଲି ମତଥିଲେ। ଟିବି ଚମ୍ପିୟାନ ପ୍ରଣତି ଭୋଇଙ୍କୁ ତାଲିମ୍ ପୁସ୍ତିକା ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ବଳରାମ ରଣା, ସୁବୋଧଭୋଇ, ହରବଲ୍ଲଭ ପ୍ରଧାନ,ପ୍ରଭାତ କୁମାର ନାୟକ, ତରଣୀସେନ୍ ପଧାନ,ଶିକ୍ଷୟିତ୍ରୀ ରୀନା କୁମାରୀ ମେହେର, ମେନକା ସୁନା,ମେନକା ମେହେର, ତନୟା ଡନସନା, ପୁଷ୍ପାଙ୍ଗିନୀ ଭୁଏ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।ବିଦ୍ୟାଳୟର ବିଜ୍ଞାନ କ୍ଲବ୍ ଓ ଜୁନିଅର ରେଡକ୍ରସର ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।




